ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଙ୍ଗୀକାର ଗୃହ ପ୍ରବେଶ ଉତ୍ସବ ଅନୁଷ୍ଠିତ

ପୁରୀ ୨୫/୧୦ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ ୨.୦ ରେ ଅଙ୍ଗୀକାର ଗୃହ ପ୍ରବେଶ ଉତ୍ସବ ଆଜି ଅନୁଷ୍ଠିତ ହୋଇଥିଲା।ଆଜି ଅପରାହ୍ନ ରେ ସଦଭାବନା ସଭାଗୃହ ଠାରେ ପୁରୀ ପୌରପାଳିକା ପକ୍ଷରୁ ପ୍ରଦତ୍ତ କାର୍ଯ୍ୟାଦେଶ ଆଧାର ରେ ନିର୍ମାଣ କରାଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ ମାଧ୍ୟମରେ ୧୦ ଜଣ ହିତାଧିକାରୀଙ୍କୁ ଗୃହ ପ୍ରବେଶ ପାଇଁ ଚାବି କାଠି ହସ୍ତାନ୍ତର କରାଯାଇଥିଲା।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି ଯୋଗ ଦେଇ ନିଜର ଘରଟିଏ ସମସ୍ତଙ୍କ ସ୍ବପ୍ନ ଥାଏ।ଏଥିରେ ସରକାର ସହଯୋଗ କରୁଛନ୍ତି।ତେଣୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀରେ କାର୍ଯ୍ୟାଦେଶ ପାଉଥିବା ହିତାଧିକାରୀ ମାନେ ନିଷ୍ଠା ଓ ପରିଶ୍ରମ ର ସହ ଏହାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପୂର୍ଣ୍ଣାଙ୍ଗ କରିବାକୁ ଆହ୍ୱାନ ଦେଇଥିଲେ।ଯେଉଁ ମାନେ ଗୃହ ପ୍ରବେଶ କରୁଛନ୍ତି ସେମାନେ ତାହାର ଯତ୍ନ ନେବା ସହ ସ୍ବଛ ରଖିବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଥିଲେ।ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଏଥିରେ ଅଧ୍ୟକ୍ଷତା କରିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ ର ରୂପରେଖ ସମ୍ପର୍କରେ ଆଲୋକପାତ କରିବା ସହ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀ ମାନେ ନିର୍ଦ୍ଧାରିତ ସମୟ ରେ ଗୃହ ନିର୍ମାଣ ପୂର୍ଣ୍ଣାଙ୍ଗ କରି ପ୍ରୋତ୍ସାହନ ରାଶି ହାସଲ ପାଇଁ ଲକ୍ଷ୍ୟ ରଖିବାକୁ ଅନୁରୋଧ କରିଥିଲେ।

କାର୍ଯ୍ୟକ୍ରମ ରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ମୁଖ୍ୟ ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ ଉପସ୍ଥିତ ଥିଲେ। ଗୋଷ୍ଠୀ ସଂଗଠକ ରେଶମା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଅତିଥି ମାନେ ୱ୍ବାର୍ଡ ନମ୍ବର ୧ ର ଗୋବିନ୍ଦ ଜେନା,୧୮ନମ୍ବର ୱ୍ବାର୍ଡ ର କଲ୍ୟାଣୀ ମୈତ୍ର,୨୫ ନମ୍ବର ୱ୍ବାର୍ଡ ର ଚନ୍ଦନ ନାୟକ ଓ ରଶ୍ମିବାଳା ନାୟକ,୨୬ ନମ୍ବର ୱ୍ବାର୍ଡ ର ଆର ଶ୍ରିନୁ ସେଠୀ, ଭଗବତୀ ବେହେରା, ୟୁ ରମେଶ, ୟୁ ଲକ୍ଷ୍ମୀ, ବି ଜଗନ୍ନାଥ ରେଡ୍ଡୀ ଓ ଲକ୍ଷ୍ମୀ ମାଳୀ ଙ୍କୁ ଗୃହ ଗୁଡିକ ପୂର୍ଣ୍ଣାଙ୍ଗ କରି ସାରିଥିବାରୁ ଗୃହ ପ୍ରବେଶର ଚାବିକାଠି ହସ୍ତାନ୍ତର କରିଥିଲେ।ଶେଷରେ ସାବିତ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *