ଶ୍ରଦ୍ଧା
ଭଲ ପାଇବାର ଆବେଗ ଭିତରେ ରହିଯାଇଥାଏ ଶ୍ରଦ୍ଧା
ଶ୍ରଦ୍ଧା ପାଇ ଯିଏ ସମ୍ମାନ ନଦିଏ
ତା ସ୍ବପ୍ନ ହୁଅଇ ଅଧା
ରହି ଯାଇଥାଏ ଶ୍ରଦ୍ଧା।
ସ୍ନେହମୟୀ ମାତା ଶ୍ରଦ୍ଧା ଦେଇଥାଏ
ହୃଦୟ ମଧ୍ୟରେ ରହି
ସନ୍ତାନ ସନ୍ତତି ତୃପ୍ତ ହୋଇଥାନ୍ତି
ମାତାଙ୍କ ଆଶିଷ ପାଇଁ
ହୃଦୟ ମଧ୍ୟରେ ରହି।
ଭକ୍ତିଭାବେ ଗୁରୁ ବିଭୂଷିତ ହୋଇ
ଛାତ୍ର ଙ୍କୁ କରନ୍ତି ଶ୍ରଦ୍ଧା
ପ୍ରତିଦାନେ ଛାତ୍ର ମାନନ୍ତି ଗୁରୁ ଙ୍କୁ
ଭକତ ଭାବରେ ବନ୍ଧା
ଛାତ୍ର ଙ୍କୁ କରନ୍ତି ଶ୍ରଦ୍ଧା।
ନିତିବାନ ଯେଉଁ ମାନବ ଅଟଇ
ସମାଜ କଲ୍ଯାଣେ ‌ଯାଇ
ଶ୍ରଦ୍ଧା ଶୁଭେଚ୍ଛା ର ଶୁଭାଶିଷ ପାଇଁ
ସମାଜ ସେବାରେ ଥାଇ
ସମାଜ କଲ୍ଯାଣେ ‌ଯାଇ।
ଶ୍ରଦ୍ଧାଶୀଳ ବ୍ୟକ୍ତି ସମାଜ ମଧ୍ୟରେ ଲଭନ୍ତି ‌ ବହୁ ପ୍ରତିଷ୍ଠା
କର୍ତ୍ତବ୍ୟ ପଥର ବାଟୋଇ ହୋଇ ସେ ମନରେ ରଖିବ ନିଷ୍ଠା
ଲଭନ୍ତି ବହୁ‌ପ୍ରତିଷ୍ଠା।

ପ୍ରକୃତି ବନ୍ଧୁ ହରିହର ସାହୁ (ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)ଇଲେଇଜଙ୍ଗ ଗଁଦିଆ ଢେଙ୍କାନାଳ

Leave a Reply

Your email address will not be published. Required fields are marked *