ସମ୍ବର୍ଦ୍ଧନା ସଭା ମହା ଆଡମ୍ବରରେ ପାଳିତ

ପୁରୀ ତା.୧୨.୦୭.୨୦୨ ୦୨୫ ରିଖରେ ସ୍ଥାନୀୟ ପୁରୀ କୋଣାର୍କ ବେଳା ଭୂମି ମାର୍ଗ ସ୍ଥିତ କଲେଜ ଅଫ ଫାର୍ମାସ୍ୟୁଟିକାଲ ସାଇନସେସ୍ ମହାବିଦ୍ୟାଳୟ ଠାରେ ଚଳିତ ବର୍ଷ ୨୦୨୫ ମସିହାରେ ଫାର୍ମାସୀ ବିଭାଗରେ ଉଚ୍ଚଶିକ୍ଷା ନିମନ୍ତେ ସର୍ବଭାରତୀୟ ପ୍ରତିଯୋଗୀତା ମୂଳକ ପରୀକ୍ଷା GPAT, NIPER ରେ ସଫଳ ଭାବରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଓ ବିଭିନ୍ନ ସରକାରୀ ବିଭାଗରେ ଚାକିରୀ ପାଇଥିବା କୃତୀ ଛାତ୍ରଛାତ୍ରୀ ଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର (ଡଃ.) ଅମୀୟକାନ୍ତ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଓ.ୟୁ.ଏଚ୍.ଏସ୍ ର ଅଧ୍ୟକ୍ଷ ତ‌ଥା ଏହି ଅନୁଷ୍ଠାନର ନିର୍ଦ୍ଦେଶକ ଡଃ. ସନ୍ତୋଷ କୁମାର ମହାପାତ୍ର ଙ୍କ ସହ‌ଯୋଗୀତାରେ ଏକ ସମ୍ବର୍ଦ୍ଧନା ସଭା ମହା ଆଡମ୍ବରରେ ପାଳିତ ହୋଇଯାଇଅଛି ଏହି ପରିପ୍ରେକ୍ଷୀରେ ରେ ଅନୁଷ୍ଠାନର କୋଷାଧ୍ୟକ୍ଷ ଇଂ. ରୋଜା ପ୍ରିୟଦର୍ଶି, ଚେୟାରପରସନ୍ ଶ୍ରୀମତୀ ଅନିମା ଦାସ ସମ୍ମାନୀତ ଅତିଥି, ଏ.ଡି.ପି.ଏଚ୍.ଓ, ଭି.ବି.ଡି ର ମୂଖ୍ୟ ଡଃ. ବିନୋ ବିନୋଦ ବିହାରୀ ରଥ ମୂଖ୍ୟ ଅତିଥି ଓ ପରିବାର କଲ୍ୟାଣ ବିଭାଗର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ଡଃ. ଆର୍.ଏନ୍. ନ୍. ତୋଷ୍ ବିଶେଷ ଅତିଥି ଭାବେ ଯୋଗଦେଇ ସମସ୍ତ କୃତୀ ଛାତ୍ରଛାତ୍ରୀ ଙ୍କୁ ସେମାନଙ୍କ ଓ କଠିନ ପରିଶ୍ରମ ପାଇଁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ଯତ ପାଇଁ ମଙ୍ଗଳ କାମନା କରିଥିଲେ। ଉକ୍ତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିବା ସମସ୍ତ ୧୭ ଜଣ କୃତି ଛାତ୍ରଛାତ୍ରୀଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯିବା ସହିତ ସେମାନଙ୍କୁ ଅନୁଷ୍ଠାନ ତରଫରୁ ପ୍ରମାଣପତ୍ର ଫଳକ ପ୍ରଦାନ କରାଯାଇଥିଲା । ଉକ୍ତ ସମ୍ବଦ ର୍ଦ୍ଧନା ସଭାରେ ଉପସ୍ଥିତ ସମସ୍ତ କୃତୀ ଛାତ୍ରଛାତ୍ରୀ ଫାର୍ମାସୀ ପାଠ୍ୟକ୍ରମ ଭିତିକ ପ୍ରତିଯୋଗୀତାମୂଳକ ପରିକ୍ଷାରେ କୃତକାର୍ଯ୍ୟ ହେବାପାଇଁ ଓ ଫାର୍ମାସୀ ପାଠ୍ୟକ୍ରମର ବିଭିନ୍ନ ସରକାରୀ ବିଭାଗରେ ଅବସ୍ଥାପିତ ହେବାପାଇଁ ଛାତ୍ରଛାତ୍ରୀ କିପରି ନିଜକୁ ପ୍ରସ୍ତୁତ କରିପାରିବେ ସେମାନେ ତାଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ ଏବଂ ଫାର୍ମାସୀ ପାଠ୍ୟକ୍ରମ ଭଳି ଏକ ସେବାଭିତିକ ମହତ୍ ପାଠ୍ୟକ୍ରମକୁ ବାଛିଥିବାରୁ ଉକ୍ତ ସଭାରେ ଉପସ୍ଥିତ ସମସ୍ତ କନିଷ୍ଠ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ଏବଂ ନିର୍ଦ୍ଦିଷ୍ଠ ଲକ୍ଷକୁ ପାଥେୟକରି ଓ ଉତ୍ସର୍ଗୀକୃତଭାବେ ପାଠ ପଢ଼ିଲେ ସମସ୍ତେ ଏହିପରି କୃତକାର୍ଯ୍ୟ ହୋଇପାରିବେବୋଲି ସେମାନେ ତାଙ୍କ ବକ୍ତବ୍ୟରେ ବର୍ଣ୍ଣନା କରିଥିଲେ । ଉକ୍ତ ସଭାରେ ଅନୁଷ୍ଠାନର ତ୍ରୟମାସିକ ସୂଚନା ପତ୍ରିକା ‘ନିଉଜ ଲେଟର’ ର ଉନ୍ମୋଚନ କରାଯାଇଥିଲା।ଏହି ସଭା କାର୍ଯ୍ୟକୁ ଅନୁଷ୍ଠାନର ଅଧ୍ୟାପକ ସଂଜୟ କୁମାର ନାୟକ, ବିଶ୍ଵରଞ୍ଜନ ରାୟ, ଜଶସ୍ୱୀ ରାୟ, ଅସିତ୍ କୁମାର ଷଢ଼ଙ୍ଗୀ, ଅଧ୍ୟାପିକା ସୁନିତା ମିଶ୍ର, ସଂଚୟିତା ମଣ୍ଡଳ, ବିଦୁସ୍ମିତା ପ୍ରଧାନ ପ୍ରମୁଖ ପରିଚାଳନା କରିଥିବା ବେଳେ ଅଧ୍ୟାପକ ତୃପ୍ତି ରଞ୍ଜନ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *