ଆଶା
ଆଶା
ଆଶା ଯେ ଅନେକ କଳ୍ପନା ଅଧିକ
ମନକୁ କରଇ ଉଣା
ଭାବି ଭାବି ଲୋକ ପଥ ଯେ ଅନେକ ବାଟରେ ହୁଅନ୍ତି ବଣା
ମନକୁ କରଇ ଉଣା।
ହେ ପଥିକ ଭାଇ କଣ୍ଟାକିତ ପଥ
ଦେଖି ଦେଖି କରି ଚାଲ
ନ ଦେଖିଲେ ଭାଇ ଚାଲିବା ମଧ୍ୟରେ ବାଟରେ ପଡିବ ଖାଲ
ଦେଖି ଦେଖି କରି ଚାଲ।
ସପନ ରାଇଜେ ସପନ ବଣିକ
ବେପାର କରିବା ଆଶା
ଅନ୍ଯ ଉପହାର ସାମଗ୍ରୀ ପାଇଣ
ହୋଇବ ନାହିଁ ବେହୋଷା।
ବେପାର କରିବା ଆଶା।
ସରକାରୀ ଯୋଜନା ପାଇବାକୁ ମନ
କାମରେ ନଥାଏ ମନ
କିପରି ମିଳିବ ଅନେକ ଯୋଜନା
ବଢିବ ତାହାର ଧନ
କାମରେ ନଥାଏ ମନ।
ସରକାରୀ ବାବୁ ଗାଆଁ କୁ ଆସିଲେ
ଉତ୍ସାହ ବଢଇ ତା’ର
ମିଳିବ ତାହାକୁ ଅନେକ ସମ୍ପତ୍ତି
ବଢିଆ ହେବ ବେପାର
ଉତ୍ସାହ ବଢଇ ତା’ର।
ବାରି ବଗିଚା ରେ ଦେଖାଯାଉନାହିଁ
ଶାଗକିଆରୀଟେ ଆଉ
କିଣି ଖାଇବାର ମନଯେ ହେଲାଣି
ବାଟରେ ଦେଖାଏ ଭାଉ
ଶାଗ କିଆରିଟେ ଆଉ।
ପରିଶ୍ରମ କଲେ ରୋଗ ଯେ ହଟିବ
ସପନ ଆଉ ନ ଦେଖ
ଖାଦ୍ୟ ଉତ୍ପାଦନେ ଧନଯେ ବଢାଅ
ବଢୁ ତୁମର ବିବେକ
ସପନ ଆଉ ନ ଦେଖ।
ଶ୍ରୀ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା ୭୫୯୦୧୬
