ଭାରତ ବନ୍ଦ ଡାକରା ରେ ଉଦ୍ୟାନବିଭାଗୀୟ କୃଷକ ସାଥି ଙ୍କ ସାମିଲ।
ରାଇକିଆ, ତା 12/2/26 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଉଦ୍ୟାନ ବିଭାଗୀୟ ସାଥି ଆଜି ମିଳିତ ବାମ ଦଳ ସହ କଂଗ୍ରେସ, ବିଜେଡି ଭଳି AITUC,CITU ଦଳ ଡାକରା ରେ ସାରା ଭାରତ ରେ ଶ୍ରମିକ ଆଇନ ସମର୍ଥନ ସହ ବନ୍ଦ ଡାକରା ରେ ସାମିଲ ହୋଇଥିବା ଦେଖିବାକୁ ମିଳିଅଛି।ସୂଚନା ଥାଉ କି ଉଦ୍ୟାନ ବିଭାଗ ରେ କାର୍ଯ୍ୟରତ ଉଦ୍ୟାନ ସାଥି ଭାବେ ଦୀର୍ଘ ପନ୍ଦର ବର୍ଷ ରୁ ଉର୍ଧ୍ଵ ଭାବେ ଶ୍ରମିକ ଭାବେ ନିୟୋଜିତ ହୋଇ ନିଜ ନିଜ କାମ ସୂଚାରୁରୂପେ ପାଳନ କରି ଆସୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସରକାର ଙ୍କ ଦୃଷ୍ଟି ଆଢୁଆଳ ରେ ରହିବା ଏକ ଦୁର୍ଭାଗ୍ୟଜନକ। ଉଦ୍ୟାନସାଥୀ ଙ୍କ ନିଷ୍ଠାପର କାର୍ଯ୍ୟକ୍ଷମ ଦ୍ୱାରା ଶହ ଶହ ଚାଷୀ ଓ ତାଙ୍କ ପରିବାର ଉପକୃତ ହେଉଥିବା ସମୟ ରେ ଉଦ୍ୟାନସାଥୀ ଙ୍କ ପରିବାର ଚଳିବା କଷ୍ଟ ଯାହାର ପ୍ରତିବାଦ ରେ ଆଜି ନିଖିଳ ଓଡିଶା ଉଦ୍ୟାନ ସାଥି ସଂଘ ର ସଭାପତି ଜ୍ଞାନଚାନ୍ଦ ପ୍ରଧାନ ଙ୍କ ନେତୃତ୍ୱ ରେ ପ୍ରାୟ ତିରିଶି ରୁ ଉର୍ଧ୍ଵ ଉଦ୍ୟାନ ସାଥି ଏକତ୍ରିତ ହୋଇ ନିଜ କାର୍ଯ୍ୟାଳୟ ସମୁଖ ରେ ଶାନ୍ତିପୁର୍ଣ ଭାବେ ପ୍ରତିବାଦ ଜଣାଇଥିଲେ।
