ପତି ପତ୍ନୀଙ୍କୁ ପିଟିଲେ ହୋଟେଲ କର୍ମଚାରୀ,

ହୋଟେଲ ଭିତରେ ଗ୍ରାହକଙ୍କୁ ନିସ୍ତୁକ ପିଟିଲେ ହୋଟେଲ ମାଲିକ ଓ କର୍ମଚାରୀ। ଏଭଳି ଘଟଣା ଘଟିଛି ପୁରୀ ଭିଆଇପି ରୋଡରେ ଥିବା ଏକ ତାରକା‌ ହୋଟେଲରେ। ଗତକାଲି ଦଶହରା ଅବସରରେ ପରିବାର ସହିତ ଖୁସି ମନାଇବା ପାଇଁ ଭିଆଇପି ରୋଡରେ ଥିବା ଏକ ତାରକା ହୋଟେଲକୁ ଯାଇଥିଲେ ଦମ୍ପତି ଓ ତାଙ୍କ ପରିବାର ସଦସ୍ୟ। ହୋଟେଲରେ ପ୍ରବଳ ଭିଡ ଥିବାରୁ ପାଞ୍ଚଜଣିଆ ଟେବୁଲ୍ ଖାଲି ହେଲେ ବସିବେ ବୋଲି ଦମ୍ପତି ଓ ତାଙ୍କ ପରିବାର ଲୋକଙ୍କୁ ଜଣେ କର୍ମଚାରୀ କହିଥିଲେ। ତେବେ ସେହି ଟେବୁଲ ରେ ରେ ଆଉ ଜଣେ କର୍ମଚାରୀ ଅନ୍ୟ ପାଞ୍ଚଜଣ ଗ୍ରାହକଙ୍କୁ ଆଣି ବସାଇଥିଲେ। ଏହାର ପ୍ରତିବାଦ କରିବାରୁ ହୋଟେଲ ମାଲିକଙ୍କ ସହିତ କର୍ମଚାରୀ ମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ମାଡରେ ନୃସିଂହଙ୍କ ସୁନା ଚେନ୍ ଛିଣ୍ଡି ତଳେ ପଡିବା ସହ ତାଙ୍କ ପତ୍ନୀଙ୍କ ଚଷମା ମଧ୍ୟ ଭାଙ୍ଗି ଯାଇଥିଲା। ତେବେ ଏନେଇ ଦମ୍ପତି ଓ ତାଙ୍କ ପରିବାର ଲୋକ କୁମ୍ଭାରପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ସିସିଟିଭି ଫୁଟେଜ ଜବତ କରି ତଦନ୍ତ ଚଳାଇଛି। ଆକ୍ରମଣର ଶିକାର ହୋଇଥିବା ଦମ୍ପତି ହେଉଛନ୍ତି ପୁରୀ ବାଲିସାହି ବରାହୀ ଲେନ୍ ର ନୃସିଂହ ପ୍ରସାଦ ସାହୁ। ସେହିପରି ହୋଟେଲ କର୍ମଚାରୀଙ୍କ ପାଲଟା ଏତଲାକୁ ଭିତିକରି ପୋଲିସ ଅନ୍ୟ ଏକ ମାମଲା ରୁଜୁ କରିବା ସହ ଉଭୟ ପକ୍ଷଙ୍କୁ ନୋଟିସ ଦେଇ ଛାଡିଦେଇଛି |

Leave a Reply

Your email address will not be published. Required fields are marked *