ଅଗ୍ନିକାଣ୍ଡରେ ଜଣେ ଗୁରୁତର, ୩ଗାଇ ଆହତ

ଗୋପ:- ଗୋପ ଥାନା ଅନ୍ତର୍ଗତ ପୟରା ଗ୍ରାମ ପଞ୍ଚାୟତ ଗଡସିପ ଗ୍ରାମରେ ଗୁହାଳ ଘରେ ଅଗ୍ନିକାଣ୍ଡ ଘଟି ଜଣେ ବ୍ୟକ୍ତି ଗୁରୁତର ହେବା ସହିତ ୩ଟି ଗାଇ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଗଡସିପ ଗ୍ରାମର ବାନାମ୍ବର ବାରିକ (୫୮) ନିଜ ଗୁହାଳରେ ମଶା ଧୂଆଁ ଦେଇଥିଲେ। ରବିବାର ବିଳମ୍ବିତ ରାତିରେ ମଶା ଧୂଆଁରୁ ନିଆଁ ଲାଗି ଗୁହାଳରେ ଅଗ୍ନିକାଣ୍ଡ ଘଟିଥିଲା। ଗ୍ରାମବାସୀ ମାନେ ଦେଖି ଚିତ୍କାର କରିବା ସହିତ ଗୋରୁ ମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ନିଜ ଗାଈ ଗୁଡ଼ିକୁ ବଞ୍ଚାଇବା ପାଇଁ ଯାଇ ବାନାମ୍ବରଙ୍କ ଦେହ ହାତ ପୋଡି ଯାଇ ଗୁରୁତର ହୋଇଥିଲେ। ଗ୍ରାମବାସୀ ମାନେ ଗୋପ ଦମକଳ ବାହିନୀ କୁ ଜଣାଇଥିଲେ। ଘଟଣା ସ୍ଥଳରେ ବିବେକାନନ୍ଦ ମଲ୍ଲିକ ଙ୍କ ନେତୃତ୍ୱରେ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରି ଗ୍ରାମ ବାସୀଙ୍କ ସହାୟତାରେ ୩ଟି ଗାଈ ଉଦ୍ଧାର କରିଥିଲେ। ଏଥି ସହିତ ଗୁରୁତର ଆହତ ହୋଇଥିବା ବାନାମ୍ବରଙ୍କୁ ପ୍ରଥମେ ଗୋପ ଓ ପରବର୍ତୀ ସମୟରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଅଗ୍ନିଶମ ଅଧିକାରୀ ବସନ୍ତ କୁମାର ପାତ୍ର ସୁଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *