ଡିଏଭି ପବ୍ଲିକ୍ ସ୍କୁଲ୍, ନୟାଗଡ଼ରେ ନୂତନ ଭବନର ଗୃହ ପ୍ରବେଶ ଉତ୍ସବ
ନୟାଗଡ଼, ତାରିଖ: ୨୬.୦୨.୨୬ଡିଏଭି ପବ୍ଲିକ୍ ସ୍କୁଲ୍, ନୟାଗଡ଼ର ନୂତନ ବିଦ୍ୟାଳୟ ଭବନର ଗୃହ ପ୍ରବେଶ ଉତ୍ସବ ଆଜି ଉଲ୍ଲାସ ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ସ୍କୁଲ୍ ଟି ନୟାଗଡ଼ ସଦର ଥାନା ନିକଟସ୍ଥ ପାଖାପାଖି ୩୦ ହଜାରବର୍ଗଫୁଟ ଅଞ୍ଚଳରେ ନିର୍ମାଣ କରାଯାଇଛି। ଉତ୍ସବରେ ଡ଼.ଶ୍ରୀଯୁକ୍ତ କେଶବଚନ୍ଦ୍ର ଶତପଥୀ, ଆଞ୍ଚଳିକ ନିର୍ଦ୍ଦେଶକ, ଓଡ଼ିଶା ଡି ଏ ଭି ସ୍କୁଲ୍ ସମୂହ, ଶ୍ରୀଯୁକ୍ତ ହେମନ୍ତ କୁମାର ପାଢ଼ୀ, ଚେୟାରମାନ ଡି ଏ ଭି ସ୍କୁଲ୍ ,ନୟାଗଡ଼, ଡ଼ ସୁଜାତା ସାହୁ ଆଞ୍ଚଳିକ ଅଧିକାରୀ , ଓଡ଼ିଶା ଜୋନ୍ ଓ ବିଭିନ୍ନ ସ୍କୁଲ୍ ର ଅଧ୍ୟକ୍ଷ ଆଦି ମାନ୍ୟବର ଅତିଥିମାନେ ଯୋଗଦେଇ ନୂତନ ଭବନର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ପବିତ୍ର ଆର୍ଯ୍ୟଯଜ୍ଞ ସମସ୍ତ ବିଧିବିଧାନ ଅନୁଯାୟୀ କରାଯାଇଥିଲା।

ନୂତନ ଭବନରେ ପ୍ରଶସ୍ତ ଓ ଆଧୁନିକ ଶ୍ରେଣୀକକ୍ଷ, ସୁସଜ୍ଜିତ ବିଜ୍ଞାନ ପ୍ରୟୋଗଶାଳା, ଅତ୍ୟାଧୁନିକ ପୁସ୍ତକାଳୟ ଏବଂ ଉନ୍ନତ ପାଠଦାନ ସୁବିଧା ଉପଲବ୍ଧ ରହିଛି। ଏହା ଛାତ୍ରଛାତ୍ରୀଙ୍କ ସମଗ୍ର ଉନ୍ନତି ଓ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ନୟାଗଡ଼ରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର ଅତିଥିମାନଙ୍କୁ ସ୍ୱାଗତ ଜଣାଇ ଧନ୍ୟବାଦ ଜ୍ଞାପନ କରି ଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ, ଗଣମାଧ୍ୟମ ପ୍ରତିନିଧି ଓ ଛାତ୍ରଛାତ୍ରୀମାନଙ୍କ ସକ୍ରିୟ ଉପସ୍ଥିତି ଦେଖିବାକୁ ମିଳିଥିଲା।
