ସୋରଡ଼ା ଅବକାରୀ ବିପୁଳ ଦ୍ୱାରା ବିପୁଳ ମହୁଲ ଜବତ ଓ ଜଣେ ଗିରଫ

Date-16/05/2025Place- ସୋରଡ଼ା ,ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ର ବଡ଼ଗଡ଼ ଥାନା ଗୌଡ଼ଗୋଠ ରେ ସୋରଡ଼ା ଅବକାରୀ ବିଭାଗ ର ବଡ ଧରଣ ର ଚଢ଼ାଉ, ବିପୁଳ ମହୁଲ ପକେଟ ସହ ଜଣେ ଗିରଫ ହୋଇଛନ୍ତି | ଗୌଡ଼ଗଠ ଗ୍ରାମ ର ଶିଶିର କାନ୍ତ ଶୁଭୁଦ୍ଧି ଗିରଫ ହୋଇଥିବା ବେଳେ 48 ପକେଟ ମହୁଲ ଜବତ ହୋଇଛି|

ଏହି ଚଢ଼ାଉ ରେ ଛତ୍ରପୁର ମୋବାଇଲ ଟିମ ଇନ୍ସପେକ୍ଟର ଅଂଶୁମାନ ଜେନା ସହ ଚାରିଜଣ ମେମ୍ବର ଓ ସୋରଡ଼ା ଅବକାରୀ ଥାନା ଅଧିକାରିଣୀ ଦେବସ୍ମିତା ନାୟକ, ଅତିରିକ୍ତ ଉପନିରୀକ୍ଷକ ସୁରେନ୍ଦ୍ର ପଣ୍ଡା, ଟିମ ଲିଡର ଜି. ଭିମା ଗୌଡ଼ଗୋଠ ଗ୍ରାମ ର ଏକ ମହୁଲ ଗୋଦାମ ଛଡାଉ କରି ଜବତ କରିଥିବା ସୂଚନା ମିଳିଛି | ସୂଚନା ମୁତାବକ ଆନୁମାନିକ ମହୁଲ ର ମୂଲ୍ୟ ଏକ ଲକ୍ଷ ରୁ ଅଧିକ ହେବ ବୋଲି ଆକଳନ କରାଯାଇଥିବା ବେଳେ ଗିରଫ କରିଥିବା ବ୍ୟକ୍ତି ଙ୍କୁ କୋର୍ଟ ଫରୱାର୍ଡ କରାଯାଇଛି|

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *