ପବିତ୍ର ଦୋଳପୂର୍ଣ୍ନିମା ଅବସରରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତଙ୍କ ଭିଡ

ପବିତ୍ର ଦୋଳପୂର୍ଣ୍ନିମା ଅବସରରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି। ଏହାରି ଭିତରେ ଭଗବାନଙ୍କ ସହ ହୋଲି ଖେଳିଛନ୍ତି ଭକ୍ତ। ଦୋଳବେଦୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ,, ଶ୍ରୀଦେବୀ,, ଭୂଦେବୀ ଭକ୍ତଙ୍କ ସହ ଫଗୁ ଅବିର ଖେଳିଥିବା ବେଳେ ଏହାର ସୁଯୋଗ ପୁରୀରେ ଆଜି ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ତେବେ ଦୋଳବେଦୀରେ ଠାକୁରଙ୍କ ପ୍ରବେଶ ସମୟରେ ଭକ୍ତମାନଙ୍କ ମଧ୍ୟରେ ପେଲାଠେଲା ପରିସ୍ଥିତି ଦେଖିବାକୁ ମିଳିଥିଲା। ଭଲକରି ଦେଖନ୍ତୁ ଏହି ଠେଲାପେଲା ଭିଜୁଆଲ୍ କୁ। କିଭଳି ଭାବରେ ଠାକୁରଙ୍କ ସହ ଫଗୁ ଓ ଅବିର ଖେଳିବାକୁ ଭକ୍ତମାନଙ୍କ ମଧ୍ୟରେ ତତ୍ପରତା ଦେଖିବାକୁ ମିଳିଥିବା ବେଳେ ଗହଳି ଯୋଗୁଁ ଠେଲାପେଲାରେ କିଛି ମହିଳା ଓ କିଛି ପୁରୁଷ ଭକ୍ତ ତଳେ ପଡିଯାଇ ଆହତ ହୋଇଥିବା ଜଣାପଡିଛି । ଉପସ୍ଥିତ ସୁରକ୍ଷାକର୍ମୀ ଏବଂ ସେବାୟତ ମାନେ ତଳେ ପଡିଥିବା ଭକ୍ତମାନଙ୍କୁ ଉଦ୍ଧାର କରିଥିଲେ | ଆଜି ଚନ୍ଦ୍ରଗ୍ରହଣ ଯୋଗୁ ରାତି ଗୋଟାଏରୁ ଶ୍ରୀମନ୍ଦିର ଦ୍ୱାରଫିଟା ଯାଇ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ସକାଳ ପ୍ରାୟ ସାଢେ 6 ଟା ରେ ଠାକୁର ଦୋଳବେଦୀକୁ ବିଜେ କରିଥିଲେ | ଗ୍ରହଣ ସର୍ବମୋକ୍ଷ ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ବଢିବା ସହ ଠାକୁରଙ୍କୁ ସୁନାବେଶରେ ସଜ୍ଜିତ କରାଯିବ | ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଭକ୍ତମାନେ ଠାକୁରଙ୍କ ଏହି ସୁବର୍ଣ୍ଣ ବେଶ ଦେଖିବାର ସୁଯୋଗ ପାଇଁ ପାରିବେ |

Leave a Reply

Your email address will not be published. Required fields are marked *