ବିଶାଳ ଶୋଭାଯାତ୍ରାରେ ଅନ୍ତିମ ବିଦାୟ ନେଲେ ମନୋଜ

ଗାଁରେ ପହଞ୍ଚିଲା କିସ୍ତୱାରରେ ସହୀଦ ଓଡ଼ିଆ ବୀର ଯବାନ ମନୋଜ ବିଶ୍ୱାଳଙ୍କ ମରଶରୀର। ବିଶାଳ ଶୋଭାଯାତ୍ରା ସହ ଅନ୍ତିମ ଯାତ୍ରାରେ ସହୀଦ ମନୋଜ ବିଶ୍ୱାଳ।ଜମ୍ମୁକାଶ୍ମୀର କିସ୍ତୱାରରେ ବାଦଲ ଫଟା ବର୍ଷାରେ ଭୂ-ସ୍କଳନ ଯୋଗୁଁ ଓଡ଼ିଆ CISF ଯବାନ ସହୀଦ ହୋଇଥିଲେ। ମୃତ ଯବାନ ଜଣଙ୍କ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମାଣିକମରା ଗାଁର ମନୋଜ ବିଶ୍ୱାଳ। ଚିସୁତି ଗାଁ ପାହାଡ଼ ଶିଖର ମଚୈଳ ମାତା ମନ୍ଦିରରେ ଯାତ୍ରା ଚାଲିଥିବା ବେଳେ ୧୪ ତାରିଖ ଦିନ ଘଟିଥିଲା ଅଘଟଣ। ମନୋଜ ୧୪ ତାରିଖ ଦିନ ୧୨ଟା ୨୫ମିନିଟ ସମୟରେ ନିଖୋଜ ହୋଇଯାଇଥିଲେ। ତେବେ ତାଙ୍କ ମରଶରୀର ରେସକ୍ୟୁ ଟିମ ଦ୍ୱାରା ୧୬ ତାରିଖ ଦିନ ଅପରାହ୍ନ ସମୟରେ ଉଦ୍ଧାର କରାଯାଇଥିଲା। କିସ୍ତୱାରରେ ତାଣ୍ଡବ ରଚିଥିଲା ବାଦଲ ଫଟା ବର୍ଷା। ଭୂ ସ୍ଖଳନରେ ନିଖୋଜ ହୋଇ ଯାଇଥିଲେ ମନୋଜ। ମନୋଜ ଆଜକୁ ପ୍ରାୟ ୩୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି CISF ଯବାନ ଭାବେ କାର୍ଯ୍ୟ କରି ଆସୁଥିଲେ। ତାଙ୍କର ଦୁଇଟି ଝିଅ ଓ ସ୍ତ୍ରୀ ରହିଛନ୍ତି। ଏପରିକି ତାଙ୍କ ସାନ ଭାଇ ବିପ୍ଳବ ବିଶ୍ୱାଳ ଏବେ ମଧ୍ୟ CISF ରେ କାର୍ଯ୍ୟରତ। ଶୋକାକୁଳ ପରିବେଶ ସହ ବିଶାଳ ଜନସମୁଦ୍ରରେ ବିଦାୟ ନେଇଛନ୍ତି ବୀର ସହୀଦ ମନୋଜ। ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

Leave a Reply

Your email address will not be published. Required fields are marked *