ଚାଷୀମାନଙ୍କର ମାନବ ଅଧିକାର
ଚାଷୀମାନଙ୍କର ମାନବ ଅଧିକାର, ଜୀବିକା ଏବଂ ସରକାରି ମାଟି, ସରକାର ଜାଗାରେ ଥିବା ଗଛ ଏବଂ ଲୋକମାନଙ୍କୁ ହନ୍ତ ଶନ୍ତ କରୁଥିବା ବ୍ୟକ୍ତି ଉପରେ କାର୍ଯନୁଷ୍ଟାନ ନେବା ପାଇଁ ପୁରୀ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଛନ୍ତି ଶିରେଇ କୋଣା ଗ୍ରାମବାସୀ ।
ପୁରୀ ଜିଲ୍ଲା ଶିରେଇକୋଣା ମୌଜାରେ ମଧୁର ଜଳ ପ୍ରକଳ୍ପ ନିର୍ମାଣ କାର୍ଯ ଚାଲିଥିବା ବେଳେ । ଏହାର ଫାଇଦା ଉଠାଇ ଉତ୍ତରକୋଣାର ବାସିନ୍ଦା ଶ୍ରୀଯୁକ୍ତ ଲକ୍ଷ୍ମୀଧର ପ୍ରଧାନ, । ମଧୁର ଜଳ ପ୍ରକଳ୍ପ କାର୍ଯରେ ନିଯୁକ୍ତି ଥିବା ୱାର୍ଡକୋ ବିଭାଗ ସରକାରୀ କର୍ମୀଙ୍କ ସହ ନିଜକୁ ଏଠାରେ ବରିଷ୍ଠ ବ୍ୟକ୍ତି ପରିଚୟ ଦେଇ ସୁପରଭାଇଜର ରୂପରେ କାମ କରୁଛନ୍ତି । ଏହାର ଫାଇଦା ନେଇ ଶିରେଇକୋଣା ମୌଜାରେ ବେଆଇନି କାର୍ଯ କରୁଛନ୍ତି । ଯାହା ଫଳରେ ଏଠାକାର ଚାଷୀ ଭାଇମାନେ ଏବଂ ଗରିବ ଲୋକମାନେ ହନ୍ତ ଶନ୍ତ ହୋଇ ନ୍ୟାୟ ପାଇବା ପାଇଁ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଥିବା କହିଛନ୍ତି ଗ୍ରାମବାସୀ ।. ବିଗତ ଦିନରେ ନଦୀରେ କେନାଲ ପାଣି ଯାଉଥିବା ସମୟରେ ଜାଣି ଶୁଣି ୱାର୍ଡକୋ ବିଭାଗ କହି ନଦୀ ମଝିରେ ବନ୍ଧ କରାଇଥିଲେ । ଯାହା ଫଳରେ ଆଖ ପାଖରେ ଚାଷ କରାଯାଉଥିବା ମୁଗ,ଧାନ ଇତ୍ୟାଦି ନଷ୍ଟ ହେବା ସହ ଲକ୍ଷାଧିକ କ୍ଷତି ହେବା ସହ ଚାଷ ଜମି ପାଣିରେ ବୁଡ଼ି ଯାଇଛି ।

ସେହିଭଳି ଭାବେ ମଧୁର ଜଳ ପ୍ରକଳ୍ପର ବନ୍ଧରେ ପଡୁଥିବା ମାଟିକୁ ରାତ୍ର ଅଧାରେ ମାଟି ଦଲାଲକୁ ବିକ୍ରି କରି ମାଫିଆ ମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ନେଇ ଗୁଣ୍ଡା ରାଜ ଶାସନ ଚଳାଇ ଅଛି । ଯାହାଫଳରେ ସରକାରୀ ସ୍ଥରରେ ବହୁତ କ୍ଷୟକ୍ଷତି କରୁଅଛି ବୋଲି କହିଛନ୍ତି ଗ୍ରାମବାସୀ
