ମାନବିକ ଅଧିକାର ଦିବସ ପାଳିତ
ଡ଼ିସେମ୍ବର 10 ବିଶ୍ୱ ମାନବିକ ଅଧିକାର ଦିବସ ପାଳିତ ସହ ପ୍ରଶିକ୍ଷଣ ଶିବିରର ଅନ୍ତିମ ଦିବସରେ ମୁଖ୍ୟ ଅତିଥିରୂପେ ଜେଲ ରିଫର୍ମସ ମୁଖ୍ୟ ସୁରକ୍ଷା ଅଧିକାରୀ ଅମୀର କୁମାର ନାଥ ଶର୍ମା,ମୁଖ୍ୟବକ୍ତା ରୂପେ ଓଡିଶା ଅଭିଭାବକ ସଂଘର ଅଧ୍ୟକ୍ଷ ବାସୁଦେବଭଟ ଓ ସମ୍ମାନିତ ଅତିଥି ରୂପେ ରାଜ୍ୟ ସଙ୍ଗଠକ କଳ୍ପତରୁ ଖୁଣ୍ଟିଆ ଯୋଗଦେଇ ମାନବିକ ଦିବସରେ ମାନବର ଅଧିକାର, ସଚେତନତା, ଏହlର ଉପଯୋଗ କରି ସମାଜରେ ଅବହେଳିତ, ନିଷ୍ପେସିତମାନଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ପାଇଁ ସମାଜ ସେବୀ ଅନୁଷ୍ଠାନ ଗୁଡିକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l ପ୍ରଥମ ପର୍ଯ୍ୟାୟରେ ଆଲୋଚନା ଚକ୍ରରେ ବରିଷ୍ଠ ସାମ୍ବାଦିକ ଜଗନ୍ନାଥ ଵସ୍ତିଆ ,ଡ଼ ବଳରାମ ଦାଶ ଭାଗନେଇ ମାନବିକ ଅଧିକାରର ବ୍ୟାଖ୍ୟା ସହ ଶ୍ରୀ ଜଗନ୍ନାଥ ରଥଯାତ୍ରା ରେ ମାନବା ଧିକlର ପାଇଁ ଦର୍ଶନ ଦେବାସହ ସାମାଜିକ ନ୍ୟାୟ ପ୍ରଦାନ କରିଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ l

ଏହି ଅବସରରେ ସମାଜ ସେବା ପାଇଁଗୋପାଳ କୃଷ୍ଣ କର, ସୌମ୍ୟlଶ୍ରୀ ଦାଶ, ଭୀମସେନ ରାଉତ, ପ୍ରକାଶ କୁମାରଆଚାର୍ଯ୍ୟ,ଅଧ୍ୟାପକ ଦୟାନିଧି ପଣ୍ଡା ଓ ପ୍ରଦୀପ କୁମାର ଦଳେଇଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ମନୋଜ କୁମାର ଜେନା ସଭାପତିତ୍ୱ କରିଥିଲେ l ଦ୍ୱିତୀୟ ଦିବସରେ ସାମ୍ବାଦିକ ଅକ୍ଷୟ କୁମାର ସାହୁ, କ୍ଷୀରୋଦ କୁମାର ନାୟକ ଅତିଥି ରୂପେ ଯୋଗ ଦେଇଥିଲେ lପୁରୀ ଜିଲ୍ଲା ମାନବାଧିକାର ସଂଯୋଜିକା ପ୍ରାନ୍ତସିନୀ ଜେନା ଏହି କାର୍ଯ୍ୟକ୍ରମକୁ ଆରମ୍ଭରୁ ଶେଷପର୍ଯ୍ୟନ୍ତ ପରିଚାଳନା କରି ପୁରସ୍କାର ସହ ସମ୍ମାନିତ ହୋଇଥିଲେ l ଏଥିରେ ଭାରତର ବିଭିନ୍ନ ରାଜ୍ୟରୁ ଶତାଧିକ ସାମାଜିକ ମାନବାଧିକାର କର୍ମୀ ଯୋଗ ଦେଇଥିଲେ ସମସ୍ତଙ୍କୁ ସା ଟିଫିକେଟ ପ୍ରଦାନ କରାଯାଇଥିଲା l
