ମାନବସେବା ପରମଧର୍ମ

ମାନବସେବା ପରମଧର୍ମ।ଏହି ନୀତି ପାଳନରେ ମିଳେ ଆନନ୍ଦ। ଏହି ନୀତି କୁ ଆପଣାଇବା ବ୍ୟକ୍ତି କିମ୍ବା ଅନୁଷ୍ଠାନ ସମାଜରେ ଶ୍ରେଷ୍ଠ ହୋଇଥାଏ । ଏପରି ଏକ ଛବି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ରେ ଦେଖିବା ମିଳିଛି। ଜନତା ହ୍ୟୁମାନ ରାଇଟ୍ସ ଫୋରମ୍ ବ୍ରହ୍ମପୁର ସହରରେ ରହିଛି । ଯାହାକି ଗରିବ, ଅସହାୟ ପରିବାର ପାଇଁ ସେବାରେ ରହିଛି। ଅନୁଷ୍ଠାନ ତରଫରୁ ବିଭିନ୍ନ ପ୍ରକାରର ସହାୟତା ଯୋଗାଇ ଥିବାରେ ବହୁ ପରିବାର ସେବା ପାଉଛନ୍ତି । ଫଳରେ ଅନେକ ପରିବାର ନିଜର ସୁଖ ସୁବିଧା ପାଉଥିବା ଜଣାପଡିଛି। ସେହିଭଳି ପବିତ୍ର ମକର ସଂକ୍ରାନ୍ତି ଅବସରରେ ଅନୁଷ୍ଠାନ ତରଫରୁ ନାରାୟଣ ସେବା ହୋଇଛି ।

ଚଳିତ ମାସର ସୋମବାର ଦିନ  ଜନତା ହୂମାନ ରାଇଟ୍ସ ଫୋରମର  ସଭ୍ୟମାନେ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ  J.H.R.F ର ଜିଲ୍ଲା ଏକଜୁଟିଭ ଅଧିକାରୀ ଆସିଥିଲେ।ଗଞ୍ଜାମ ଜିଲ୍ଲା ଅଧିକାରୀ ଶ୍ରୀ ମନୋରଞ୍ଜନ ଚୌଧୁର  ଓ ପ୍ରୋଗ୍ରାମ ଅଫିସର ଶ୍ରୀ ଆନନ୍ଦ ମହାରଣା ପରିଚାଳନା କରିଥିଲେ । ଏହା ସହିତ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା , ଶ୍ରୀ ସଂଗ୍ରାମ କେଶରୀ ଦାସ, ଶ୍ରୀ ରବୀନ୍ଦ୍ର ପୃଷ୍ଟି, ଶ୍ରୀ ସନ୍ଦୀପ ଜେନା,ଶ୍ରୀ ଆୟୁସ୍ମାନ ମହାରଣା, ଶ୍ରୀ ଦଣ୍ଡପାଣି ସାହୁ, ଶ୍ରୀ ଧନେଶ୍ୱର ନାୟକ, ଶ୍ରୀ ଚନ୍ଦନ କୁମାର ସାହୁ,ଶ୍ରୀ ପ୍ରସାଦ  ଚୌଧୁରୀ,ଶ୍ରୀ ବ୍ରଜ ବନ୍ଧୁ  ମହାରଣା,ଶ୍ରୀ ସୁକାନ୍ତ ମହାନ୍ତି ସେବାରେ ଯୋଗ ଦେଇ ଆନନ୍ଦ ଥିବା କହିଛନ୍ତି। ଶ୍ରୀ ଉଛବ ସାହୁ ଖାଦ୍ୟ ପ୍ରସ୍ତୁତି ସହିତ ମହେଶ କୁମାର ସାହୁ,ଶ୍ରୀ ଅଜୁ ନାୟକ ସହଯୋଗ କରି ସେବା କରିବାର ସୁଯୋଗ ଲାଭ କରିଥିଲେ ।

ଗଞ୍ଜାମ ଜିଲ୍ଲା ଆସିକାରୁ ରଞ୍ଜନ କୁମାର ରାଉତ reporter

Leave a Reply

Your email address will not be published. Required fields are marked *