ସହଯୋଗର ହାତ ବଢ଼ାଇଲା ମାନବ ସେବା ସମିତି
ଯାଜପୁର : ବ୍ୟାସନଗର ପୌରପରିଷଦ ସ୍ଥିତ ପଦ୍ମପୁରର ୱାର୍ଡ ନଂ-୧୭ ରେ ଦେଖିବାକୁ ମିଳିଥିଲା ଏକ ଅସହାୟ ଆଦିବାସୀ ପରିବାର। ଯେଉଁ ଅସହାୟ ପରିବାରରେ ଚାରିଜଣ ଶିଶୁ ଖରା, ବର୍ଷା ଏବଂ ଶୀତରେ ଦିନ ବିତଉ ଥିଲେ l ମୁଣ୍ଡ ଗୁଞ୍ଜିବାକୁ ଚାଳ ନାହିଁ କି ଖାଇବାକୁ ଦୁଇମୁଠା ଦାନା ନାହିଁ । ବାପ ରାମ ହାଁସଦା ଜଣେ ଦିନ ମଜୁରିଆ ଓ ମା ସାବିତ୍ରୀ ଦୀର୍ଘଦିନ ହେଲା କୁଆଡେ ଚାଲି ଯାଇଛନ୍ତି। ଏକ ବଢ଼ିଲାକୁଢ଼ିଲା ଝିଅ ସହିତ ତିନୋଟି ଶିଶୁ। ଖାଲ ଢିପ ମାଟି ଉପରେ ରାତି ବିତୁଛି ଏହି ଚାରି ଶିଶୁଙ୍କର। ଖବରପାଇ ସହଯୋଗ କରିବାକୁ ପହଂଚିଥିଲେ ମାନବ ସେବା ସମିତି ର କର୍ମକର୍ତ୍ତା ମାନେ। ମାନବ ସେବା ସମିତି ତରଫରୁ ଏହି ପରିବାରଙ୍କୁ ଶୁଖିଲା ଖାଦ୍ୟ ସହିତ କିଛି ଆର୍ଥିକ ସହଯୋଗ ଏବଂ ଖେଳନା ଆଦି ଦିଆଯାଇଥିଲା। ଦୁଇଟି ଶିଶୁଙ୍କୁ ଚାଇଲଡ ହେଲ୍ପ ଲାଇନ ସହିତ ଯୋଗାଯୋଗ କରି ଛାଡିବାକୁ ଏହି ସଂଗଠନ କଥା ହୋଇଥିଲେ ମଧ୍ୟ ବାପ ରାମ ହାଁସଦା ରାଜି ନହେବାରୁ ଏହା ହୋଇପାରିନଥିଲା ।
