କେସିଙ୍ଗା ରୁ ପୁରୀ ପରିକ୍ରମା ପ୍ରକଳ୍ପ ଦେଖିବା ପାଇଁ ଗଲେ ଶହ ଶହ ଶ୍ରଦ୍ଧାଳୁ

କେସିଙ୍ଗା ରୁ ପୁରୀ ପରିକ୍ରମା ପ୍ରକଳ୍ପ ଦେଖିବା ପାଇଁ ଗଲେ ଶହ ଶହ ଶ୍ରଦ୍ଧାଳୁ ।କେସିଙ୍ଗା ୧୧/୨ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଜଗାଦର୍ଶନ ପାଇଁ ରାଜ୍ୟ ସରକାର ସମସ୍ତ ଅଞ୍ଚଳ ରୁ ଲୋକଙ୍କୁ ବସ ଯୋଗେ ପୁରୀ ନଉଛନ୍ତି ।ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଓ ଏନ୍ ଏ ସି ରୁ ସମୁଦାୟ ୭୬୦ ଜଣ ଶ୍ରଦ୍ଧାଳୁ ଗତ ରବିବାର ସକାଳେ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି।କେସିଙ୍ଗା ବ୍ଲକ ରୁ ୨୬ ଟି ଗ୍ରାମ ପଞ୍ଚାୟତ ରୁ ୧୩ ଟି ବସ ଯୋଗେ ୫୨୦ ଜଣ ଏବଂ କେସିଙ୍ଗା ଏନ୍ ଏ ସି ର ୧୨ ଟି ୱାର୍ଡ ରୁ ୬ ଟି ବସ ଯୋଗେ ୨୪୦ ଜଣ ଶ୍ରଦ୍ଧାଳୁ ଜାଗା ଦର୍ଶନ ପାଇଁ ଯାଇଛନ୍ତି । ଆସନ୍ତା କାଲି ଜଗା ଦର୍ଶନ କରି ରାତିରେ ପୁଣି ବସ ରେ ନିଜ ଗନ୍ତବ୍ୟ ସ୍ଥଳରେ ସକାଳୁ ପହଞ୍ଚିବେ ବୋଲି ଜଣାପଡିଛି।ଶ୍ରଦ୍ଧାଳୁ ଙ୍କ ବସ କୁ କେସିଙ୍ଗା ବିଡ଼ିଓ ପଦ୍ମନାଭ ପୁରୋହିତ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଓ ଅନ୍ୟ ମାନଙ୍କ ମଧ୍ୟରେ ଏବିଡ଼ିଓ ସିଦ୍ଧେଶ୍ୱର ମେହେର,ଜିପିଓ ଲମ୍ବୋଦର ସୀକ୍କା ଙ୍କ ସମେତ ଅନେକ ବ୍ଲକ୍ ପ୍ରଶାସନ ର ଅଧିକାରୀ ମାନେ ଉପସ୍ଥିତ।ସେହିପରି ଏନ୍ ଏ ସି ର ୬ ଗାଡ଼ିକୁ ନଗର ପାଳ ନୃପ ରାଜ ଯାଦବ ପତାକା ଦେଖାଇ ଯାତ୍ରା ଶୁଭାରମ୍ଭ କରାଇଥିଲେ ଓ ଅନ୍ୟାନ୍ୟ ଏନ୍ ଏ ସି କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *