ପତ୍ନୀଙ୍କ ଅନୈତିକ ସମ୍ପର୍କକୁ ନେଇ ମହିଳା ଓ ତାଙ୍କ ପୁରୁଷ ବନ୍ଧୁ ଙ୍କୁ ବେକରେ ମାଳ ପକାଇ ରାସ୍ତାରେ ଚଳାଇଲା ସ୍ୱାମୀ
ପୁରୀ ଜିଲ୍ଲା ନିମାପଡ଼ାରେ ଚାଞ୍ଚଲ୍ୟ | ପତ୍ନୀର ଅନୈତିକ ସମ୍ପର୍କକୁ ନେଇ ରାସ୍ତାରେ ଚଳାଇଲା ସ୍ୱାମୀ | ଶହ ଶହ ଲୋକଙ୍କ ଉପସ୍ଥିତିରେ ପତ୍ନୀ ଓ ପ୍ରେମିକକୁ ହାତବାନ୍ଧି ଥାନାରେ ଜିମା ଦେଲା ସ୍ୱାମୀ I ଦୁଇପକ୍ଷଙ୍କ ଅଭିଯୋଗ ଆଧାରରେ ପୋଲିସର ତଦନ୍ତ ଜାରି ରଖିଛି | ପତ୍ନୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ଏକ ଶିକ୍ଷକଙ୍କ ସହିତ ଅନୈତିକ ସମ୍ପର୍କ ଥିବା ମହିଳାଙ୍କ ସ୍ୱାମୀ ଜାଣିପାରି ପ୍ରତିବାଦ କରିବାରୁ ମହିଳା ତାଙ୍କ ସ୍ୱାମୀଙ୍କୁ ବିଭିନ୍ନ ଧମକ ଦେଇ ଭଡା ଘରୁ ବାହାର କରିଦେଇଥିଲେ I ଅନେକ ସମୟରେ ସ୍ୱାମୀଙ୍କୁ ନିର୍ଯାତନା ମଧ୍ୟ ଦେଇ ଆସୁଥିଲେ | ଗତକାଲି ରାତ୍ରରେ ଶିକ୍ଷୟିତ୍ରୀ ପତ୍ନୀ ପୁରୁଷ ବନ୍ଧୁ ଶିକ୍ଷକଙ୍କ ସହିତ ଘରେ ଏକୁଟିଆ ଥିବା ବେଳେ ପୂର୍ବରୁ ଛକି ରହିଥିବା ମହିଳାଙ୍କ ସ୍ୱାମୀ ଓ ତାଙ୍କର ସମର୍ଥକ ଘେରି ଯାଇ ଶିକ୍ଷୟିତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ମାଡ ମାରି ବେକରେ ମାଳ ପକାଇ ବଜାର ବୁଲାଇଥିଲେ ସ୍ୱାମୀ ଙ୍କ ମାଡ଼ରେ ମହିଳା ଆହତ ହୋଇଥିବା ବେଳେ ମହିଳାଙ୍କ ପୁରୁଷ ବନ୍ଧୁଙ୍କ ମାଡ଼ରେ ସ୍ୱାମୀ ମଧ୍ୟ ଆହତ ହୋଇଛନ୍ତି | ପୋଲିସ ପହଂଚି ଉଭୟ ଙ୍କୁ ଥାନାରେ ଅଟକ ରଖିବା ସହ ଘଟଣାର ତଦନ୍ତ ଚଳାଇଛି | ଏହି ଘଟଣାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି I
