ଗୁପଚୁପ ତିଆରିକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ ,ଥାନାରେ ଅଭିଯୋଗ

କାମାକ୍ଷାନଗର– ପାରିବାରିକ କଳହର କରୁଣ ପରିଣତି ।ଗୁପଚୁପ ତିଆରି ବେଳେ ସ୍ତ୍ରୀକୁ ହତ୍ୟାକଲା ପିଶାଚ ସ୍ୱାମୀ । ଏ ଭଳି ଲୋମ ଟାଙ୍ଗୁରା ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ପଣ୍ଡୁଆ ଗାଁରେ । ବିହାର ରାଜ୍ୟ ସମସ୍ତିପୁର ଅଂଚଳର ରାମ କୁମାର ଚୌଧୁରୀ ନିଜ ସ୍ତ୍ରୀ ଅମ୍ରିତ୍ ଦେବୀ ଏବଂ ଦୁଇ ଶିଶୁପୁତ୍ରକୁ ନେଇ ପଣ୍ଡୁଆ ଗାଁରେ ଭଡାରେ ରହି ଗୁପଚୁପ ବେପାର କରୁଥିଲେ । ତେବେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କିଛି ଦିନ ହେବ କଳହ ଲାଗି ରହିଥିଲା । ଗତ କାଲି ଗୁପଚୁପ ତିଆରି ବେଳେ ମଦ୍ୟପ ସ୍ୱାମୀ ରାମ କୁମାର ଚୌଧୁରୀ ସ୍ତ୍ରୀ ଅମ୍ରିତ୍ କୁ ଗାଳି ଗୁଳଜ କରି ମାଡ଼ ମାରିବା ସହ ହତ୍ୟା କରି ଘରେ ଝୁଲାଇ ଦେଇଥିଲା । ଯାହାକୁ ନେଇ ଅମ୍ରିତଙ୍କ ପରିବାର ଲୋକେ ତୁମୁସିଙ୍ଗା ଥାନାରେ ହତ୍ୟା ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ କାମାକ୍ଷାନଗର ମେଡ଼ିକାଲରେ ଶବ ବ୍ୟବଚ୍ଛେଦ କରାଇବା ସହ ରାମ କୁମାରକୁ ଅଟକ ରଖି ଅଧିକ ପଚରା ଉଚରା ଚଳେଇଛି ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *