ହାଇବ୍ରିଡ଼ ମାଇଲେଜ୍ ପ୍ରତିଯୋଗିତା
ବଡ଼ଚଣା – ୨/୧୧/୨୫ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସ୍ଥିତ ଚାନ୍ଦ ଅଟୋମୋବାଇଲ ତରଫରୁ ୟମାହା fzs ହାଇବ୍ରିଡ ମାଇଲେଜ୍ ଚ୍ୟାଲେଞ୍ଜ ଅନୁଷ୍ଠିତ ହୋଇ ଯାଇଛି। ଏହି ମାଇଲେଜ ଚ୍ୟାଲେଞ୍ଜ ରେ ହାଇବ୍ରିଡ ବାଇକ କିଣି ଥିବା ଗ୍ରାହକ ମାନେ ଭାଗ ନେଇଥିଲେ। ବାଇକ ର ମାଇଲେଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଗ୍ରାହକ ଙ୍କୁ କମ୍ପାନୀ ପକ୍ଷରୁ ପୁରସ୍କୃତ କରାଯାଇ ଥିଲା। ଏହି ପ୍ରତିଯୋଗିତା ରେ ବାଇକ ରାଇଡର ତଥା ସାମ୍ବାଦିକ ହେମନ୍ତ ଦାସ ଙ୍କୁ ମାଇଲେଜ ପ୍ରତିଯୋଗିତା ରେ ଉଇନର୍ ଭାବେ ବିବେଚିତ କରାଯାଇ ଥିଲା।ଏହି ଉତ୍ସବ ରେ କମ୍ପାନୀ ର asm (ଏରିଆ ସେଲସ ମ୍ୟାନେଜର) ଅନିର୍ବାଣ ସେନ ଗୁପତା ଯୋଗ ଦେଇ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ। ଚାନ୍ଦ ଅଟୋମୋବାଇଲ md ଅକ୍ଷୟ କୁମାର ଚାନ୍ଦ ଓ କମ୍ପାନୀ ର ସମସ୍ତ କର୍ମଚାରି ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ବିଶେଷ କରି ବାଇକ ର ମାଇଲେଜ କୁ ନେଇ ଗ୍ରାହକ ଙ୍କ ମଧ୍ୟରେ ଥିବା ଦ୍ଵନ୍ଦ କୁ ଦୂର କରିବା ପାଇଁ କମ୍ପାନୀ ପକ୍ଷରୁ ନୂତନ ପ୍ରୟାସ କରାଯାଇଛି।
