ହିଞ୍ଜିଳିବ୍ଳକ ସ୍ତରୀୟ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସ୍ୱଚ୍ଛତା ପ୍ରଶିକ୍ଷଣ ।
ହିଞ୍ଜିଳିକାଟୁ :- ୨୩/୦୧/୨୬ ଅମର ଜ୍ୟୋତି ଫାଉଣ୍ଡେସନ୍ ଓ ରେକିଟ ଇଣ୍ଡିଆର ମିଳିତ ଉଦ୍ୟମରେ ଡେଟଲ ବନେଗା ସ୍ୱଥ ଇଣ୍ଡିଆ ପ୍ରୋଗ୍ରାମ ଅଧୀନରେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳର ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସ୍ୱଚ୍ଛତା ପ୍ରଶିକ୍ଷଣ ପ୍ରଦାନ କାର୍ଯ୍ୟକ୍ରମ ହୋଇଯାଇଛି । ସ୍ଥାନୀୟ ହିଞ୍ଜିଳିକାଟୁ ପୌରାଞ୍ଚଳ ଏନ ଏ ସି ଉଚ୍ଚ ବିଦ୍ୟାଳୟ ବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ୱଚ୍ଛତା, ପରିମଳ, ସୁରକ୍ଷିତ ପାନୀୟ ଜଳ ବିଷୟରେ ସଚେତନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ସୂର୍ଯ୍ୟକାନ୍ତି ପାତ୍ର ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶୀଲ କୁମାର ପାତ୍ର , ସାଗରୀକା ଦାଶ ସି ଆର ସି , ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରଜନୀକାନ୍ତ ସାହୁ ଅତିଥିଭାବେ ଯୋଗ ଦେଇ ନିଜ ନିଜର ଅଭିଭାଷଣ ଦେଇଛନ୍ତି ।ଅମର ଜ୍ୟୋତି ଫାଉଣ୍ଡେସନ୍ର ପୁରୀ ଜିଲ୍ଲା ପ୍ରୋଗ୍ରାମର ସଂଯୋଜକ ନିରଞ୍ଜନ ତ୍ରିପାଠୀ ତାଲିମ ପ୍ରଦାନ କରିଥିଲା ବେଳେ ଚିତ୍ରସେନ ମୁନି ଓ ସୁଧୀର କୁମାର ମହାରଣା ପରିଚାଳନା କରିଥିଲେ । ଏହି ପ୍ରଶିକ୍ଷଣରେ ମୋଟ ୯୪ ଜଣଙ୍କ ପ୍ରି-ଟେଷ୍ଟ ଓ ପୋଷ୍ଟ-ଟେଷ୍ଟ ପରୀକ୍ଷା ନିଆଯାଇ ଶିକ୍ଷକମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
