ଦ୍ଵାଦଶାହ ଉପଲକ୍ଷେ ଭଜନ ସମାରୋହ

ଦ୍ଵାଦଶାହ ଉପଲକ୍ଷେ ଭଜନ ସମାରୋହ ଓ ଭକ୍ତିପୂର୍ଣ ଶ୍ରଦ୍ଧାଞ୍ଜଳି କବିସୂର୍ଯ୍ୟନଗର, (ତା 21/11/24) କବିସୂର୍ଯ୍ୟନଗର ନାରାୟଣପୁର ଶାସନ ଠାରେ ସ୍ବର୍ଗତା ପ୍ରଭାକାନ୍ତି ଶତପଥୀଙ୍କ ଦ୍ଵାଦଶାହ ଉପଲକ୍ଷେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଉତ୍ସବ ପାଳନ ହେବା ସହ ଭଜନ ସମାରୋହ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି l ସ୍ୱାମୀ ବିଶ୍ୱନାଥ ଶତପଥୀ, ତାଙ୍କ ପୁଅ ସିଧ୍ୟାର୍ଥ, ଶିବନାରାୟଣ ଓ ଝିଅ ଉଷା, ସନ୍ଧ୍ୟା, ରୀନା, ମିନତୀ ଓ ସମସ୍ତ ଜୋଇଁ, ନାତିନାତୁଣୀ ଉପସ୍ଥିତ ଥିଲେ l ଗତ 10ତାରିଖ ସନ୍ଧ୍ୟାରେ ହୃଦଘାତରେ ପରଲୋକ ହୋଇଥିଲା l ଆଜି ଗୁରୁବାର ସନ୍ଧ୍ୟାରେ ଶ୍ରୀଗୁଣ୍ଡିଚା ଭଜନ ସନ୍ଧ୍ୟା ପକ୍ଷରୁ ଏକ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଛି l ଏଥିରେ କଳାକାର ମଧ୍ୟରେ ସୁବାସ ବିଶ୍ୱାଳ, ବିଚିତ୍ର ବିଷୋୟୀ, ସନାତନ ଗୌଡ଼, କୃପାସିନ୍ଧୁ ସ୍ୱାଇଁ, କରୁଣାକରଦଳାଇ, ସୁଶାନ୍ତ ଦଳାଇ ଓ ଅନ୍ୟାନ୍ୟ l ଏହି ଅବସରରେ ପରିବାର ଓ ଶୁଭେଛୁ ପକ୍ଷରୁ ସ୍ବର୍ଗତା ପ୍ରଭାକାନ୍ତି ଶତପଥୀ ଫୋଟ ଚିତ୍ରରେ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l

Leave a Reply

Your email address will not be published. Required fields are marked *