ମଞ୍ଚସ୍ଥ ହେଲା ଜନମ ନେଇଛି କାନ୍ଦିବା ପାଇଁ
ଦଶପଲ୍ଲା : ପବିତ୍ର ମହାଶିବରାତ୍ରୀ ଜାଗର ଯାତ୍ରା ଉପଲକ୍ଷେ ଦୀର୍ଘବର୍ଷ ଧରି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ଅଂଚଳର ଯୁବକମାନେ ନାଟକ ପରିବେଷଣ କରି ଆସୁଛନ୍ତି ଅନୁରୂପ ଭାବେ ଚଳିତବର୍ଷ ଜନମ ନେଇଛି କାନ୍ଦିବା ପାଇଁ ନାଟକ ପରିବେଷଣ କରିଥିଲେ। ଯାହାର ନିର୍ଦ୍ଧେଶନା ଭାର ତୁଲାଇଥିଲେ ଦେବେନ୍ଦ୍ର ବିଶ୍ୱାଳ (ମିଟୁସାର)।ଅଭିନୟରେ ପ୍ରିୟବ୍ରତ ଆଚାର୍ଯ୍ୟ, ସିଦ୍ଧାର୍ଥ ମୁଦୁଲି ଅଭିନୟ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ବିଭୁଦତ୍ତ ନାୟକ, ଶ୍ରୀଧର ମୁଦୁଲି, ବିଭୁ ରଞ୍ଜନ ମିଶ୍ର, ମାନସ ପରିଡ଼ା, ବିଜୁ ଦଳବେହେରା, ସନ୍ତୋଷ କୁମାର ସାହୁ,ହୁଣ୍ଡ, ଶିବାନନ୍ଦ ସାହୁ,ଚନ୍ଦ୍ର ଶେଖର ନାଏକ, ବ୍ରଜ କିଶୋର ମହାପାତ୍ର, ଫିନା ସାହୁ, ପ୍ରମୋଦ ପ୍ରମୁଖ ଅଭିନୟ କରିଥିଲେ। ଉକ୍ତ ଯାତ୍ରାକୁ ଦେଖିବା ପାଇଁ ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଜାର ହଜାର ଦର୍ଶକ ଆସିଥିବାବେଳେ ନାଟକ ଶେଷରେ ସମସ୍ତ ଦର୍ଶକ ନାଟକକୁ ଭୁୟସୀ ପ୍ରଶଂସା କରିବା ସହିତ ସିଦ୍ଧେଶ୍ୱର ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ମଧ୍ୟ୍ ପ୍ରଶଂସା କରିଥିଲେ। ଅନୁରୂପ ଭାବେ ଦଶପଲ୍ଲା ନିକଟସ୍ଥ ମା’ ବାନ୍ଦେରୀ ଯୁବ ନାଟ୍ୟ ସଂସଦ ପକ୍ଷରୁ ମଧ୍ୟ କହିବାକୁ ଲାଜ ଶୁଣିଲେ ପାପ ଏବଂ ଘୁଗୁଡ଼ିପଡା ଠାରେ ମା’ ପୀତବଳି ଯୁବ ନାଟ୍ୟ ସଂସଦ ପକ୍ଷରୁ ବଂଚିବାକୁ ଏଠି ଡର ଲାଗୁଛି ନାଟକ ମଞ୍ଚସ୍ଥ ହୋଇଯାଇଛି।
