ଆଇସିଆଇ (ICAI)“ ପକ୍ଷରୁ Bank Audit 2026-Practical Challenges and Emerging Issues’” ସମ୍ପର୍କୀତ ସେମିନାର ଆୟୋଜିତ
ଭୁବନେଶ୍ୱର : ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ(ICAI)ର ପୂର୍ବ ଭାରତ ଅଞ୍ଚଳୀୟ ପରିଷଦ ଅଧୀନସ୍ଥ ଭୁବନେଶ୍ବର ଶାଖା ପକ୍ଷରୁ ଏବଂ ଅଡିଟିଂ ଆଣ୍ଡ୍ ଆସୁରାନ୍ସ ଷ୍ଟାଣ୍ଡାର୍ଡସ ବୋର୍ଡର ସହଯୋଗରେ ‘Bank Audit 2026-Practical Challenges and Emerging Issues” ସମ୍ପର୍କୀତ ଏକ ଦିନିକିଆ ସମ୍ମିଳନୀ ICAI ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଉପାଧ୍ଯକ୍ଷ ସିଏ ଡଃ. ପୃଥ୍ବୀ ରଞ୍ଜନ ପାଢ଼ୀ ଅତିଥିମାନଙ୍କୁ ସ୍ବାଗତ କରିବା ସହ ସେମାନଙ୍କ ପରିଚୟ ପ୍ରଦାନ କରିଥିଲେ।ଉଦ୍ଘାଟନୀ ଅଧିବେଶନରେ ଶାଖା ଅଧ୍ଯକ୍ଷ ସିଏ ଡଃ. ଗୌତମ ଲେଙ୍କା ସ୍ଵାଗତ ଭାଷଣ ଦେଇ ବ୍ୟାଙ୍କ ଅଡିଟ୍ କ୍ଷେତ୍ରରେ ବୃଦ୍ଧିପାଉଥିବା ଜଟିଳତା ଏବଂ ପେଶାଜିବୀମାନଙ୍କ ପାଇଁ ନିରନ୍ତର ଦକ୍ଷତା ବୃଦ୍ଧିର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।ସେମିନାର ଅଧ୍ଯକ୍ଷ ସିଏ ଅରୁଣ କୁମାର ବର୍ମା ଅଡିଟରମାନେ ସମ୍ମୁଖୀନ ହେଉଥିବା ପ୍ରାୟୋଗିକ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଏଥିରେ ବିଶେଷ ଅତିଥି ଭାବେ ଯୋଗ ଦେଇଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ଷ୍ଟାଚ୍ୟୁଟୋରି ସେଣ୍ଟ୍ରାଲ ଅଡିଟର ସିଏ ପ୍ରଶାନ୍ତ ପଣ୍ଡା ବୃତ୍ତିଗତ ସନ୍ଦେହପରାଣୟତା ଏବଂ ଅଡିଟିଂ ମାନଦଣ୍ଡ ଅନୁସରଣର ଗୁରୁତ୍ଵ ଉପରେ ଅଲୋକପାତ କରିଥିଲେ।ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକ ସିଏ ସୁଜୟ ଦତ୍ତ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଉପୁଜୁଥିବା ବିପଦ ଏବଂ ଆର୍ଥିକ ଶୃଙ୍ଖଳା ଓ ସ୍ଵଚ୍ଛଳତାକୁ ବଜାୟ ରଖିବାରେ ଅଡିଟରମାନଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।

ଟେକ୍ନିକାଲ ସେସନରେ ହାଇଦ୍ରାବାଦର ଡାକ୍ତର ପି. ଶିବ ରାମା ପ୍ରସାଦ ବ୍ୟାଙ୍କ ବ୍ରଞ୍ଚ ଅଡିଟ୍ରେ ପ୍ରମୁଖ ବୈଶିଷ୍ଟ୍ୟତାଗୁଡିକ ଉପରେ ଆଲୋଚନା କରିଥିବା ସହ ମୁମ୍ବାଇର ସିଏ ଶ୍ଵେତା ଜୟନ୍ତ ଜୈନ ଅଡିଟ୍ କ୍ଷେତ୍ରର ଉପୁଜୁଥିବା ସମସ୍ୟାର ଦିଗଗୁଡିକ ଉପରେ ଆଲୋଚନା କରିଥିଲେ।ଭୁବନେଶ୍ଵର ଶାଖା ସଚିବ ସିଏ ସୌମ୍ୟ ସୁନୀଲ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଅଂଶଗ୍ରହଣକାରୀମାନେ ଏହି ସେମିନାରକୁ ସୂଚନାମୂଳକ ଓ ଉପଯୋଗୀ ବୋଲି ମତ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମଗ୍ର ଅଞ୍ଚଳରୁ ୩୦୦ରୁ ଉର୍ଦ୍ଧ୍ବ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଅଡିଟ୍ ବୃଭିଗତଙ୍କ ଉତ୍ସାହପୂର୍ଣ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା। ମ୍ୟାନେଜିଂ କମିଟି ସଦସ୍ୟ ସିଏ ଗଗନ ବିହାରୀ ଦାସ ଏବଂ ସିଏ ପ୍ରଣବ କିଶୋର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
