ଜଟଣୀ ରାଜା ବଜାରରେ ଥିବା ବରଫ ଫ୍ୟାକ୍ଟ୍ରିରେ ଆଜି ସକାଳ ୬ ଟା ସମୟରେ ନିଆଁ ଲାଗିଯାଇଛି

ଜଟଣୀ ରାଜା ବଜାରରେ ଥିବା ବରଫ ଫ୍ୟାକ୍ଟ୍ରିରେ ଆଜି ସକାଳ ୬ ଟା ସମୟରେ ନିଆଁ ଲାଗିଯାଇଛି। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି।ଫ୍ୟାକ୍ଟ୍ରି ରେ ଲାଗିଥିବା ସମସ୍ତ ଯନ୍ତ୍ରାଂଶ ଓ ଏକ ବାଇକ୍ ଜଳି ପୋଳି ପାଉଁଶ ହୋଇଯାଇଛି ।ଫ୍ୟାକ୍ଟ୍ରି ରେ ଥିବା ଏକ ବାଇକ୍ ରୁ ନିଆଁ ଲାଗି ଫ୍ୟାକ୍ଟ୍ରି ରେ ଲାଗିଥିବା ଜଣାପଡ଼ିଛି ।ଜଟଣୀ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *