ଶିଶୁ ମାନଙ୍କର ଶିକ୍ଷା ର ଉନ୍ନତି ଓ ବିକାଶ ହେଲେ ସାଧାରଣ ଶିଶୁ ସହ ସମସ୍କନ୍ଧ ହୋଇପାରିବେ ।

ଶିଶୁ ମାନଙ୍କର ଶିକ୍ଷା ର ଉନ୍ନତି ଓ ବିକାଶ ହେଲେ ସାଧାରଣ ଶିଶୁ ସହ ସମସ୍କନ୍ଧ ହୋଇପାରିବେ ।ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ଙ୍କ ସମୀକ୍ଷା ବୈଠକ ।ଭଦ୍ରକ:ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ର ସଦସ୍ୟା ମନସ୍ମିତା ଖୁଣ୍ଟିଆ ଭଦ୍ରକ ଜିଲ୍ଲା କୁ ଦୁଇ ଦିନିଆ ଭଦ୍ରକ ଗସ୍ତ ରେ ଆସି ବିଭିନ୍ନ ଶିଶୁ ଅନୁଷ୍ଠାନ,ଅଙ୍ଗନୱାଡ଼ି କେନ୍ଦ୍ର, ମୁକ୍ତାଶ୍ରୟ କେନ୍ଦ୍ର,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଶିଶୁ ମାତୃ କକ୍ଷ ଇତ୍ୟାଦି ପରିଦର୍ଶନ କରି ଶେଷରେ ଜିଲ୍ଲା ସଦଭାବନା ସଭାଗୃହ ପରିସରରେ ଜିଲ୍ଲାପାଳ ଦିଲ୍ଲିପ ରାଉତ ରାଏ ଙ୍କ ପୌରୋହିତ୍ୟ ରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ,ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ଡା.ଦେବରାଜ ପାଣିଗ୍ରାହୀ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରିଣୀ, ଡିଏସପି ବିଶ୍ଵ ପତି ପଣ୍ଡା ସମେତ ଜିଲ୍ଲା ସ୍ତରର ଶିଶୁ ସୁରକ୍ଷା ସମ୍ପର୍କିତ ସମସ୍ତ ବିଭାଗୀୟ ଅଧିକାରୀ , ଶିଶୁ ମଙ୍ଗଳ ସମିତି ର ସଦସ୍ୟ ସଦସ୍ୟା,କିଶୋର ନ୍ୟାୟ ପରିଷଦ ର ସଭ୍ୟ, ସଭ୍ୟା,ଶ୍ରମ ବିଭାଗ,ଶିକ୍ଷା ବିଭାଗ,ଶିଶୁ ଯତ୍ନ ଅନୁଷ୍ଠାନ ର କର୍ମକର୍ତ୍ତା, ଚାଇଲ୍ଡ ଲାଇନ,ଶକ୍ତି ସଦନ ର କର୍ମକର୍ତ୍ତା , ମହିଳା ଓ ଶିଶୁ ବିକାଶ ବିଭାଗ ର ସମସ୍ତ ସିଡ଼ିପିଓ, ସୁପର ଭାଇଜର, ମମତା ,ପୋଷଣ ର କର୍ମକର୍ତ୍ତା ଯୋଗଦାନ କରିଥିଲେ ।ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାନ୍ତି ଙ୍କ ପ୍ରାରମ୍ଭିକ ସୂଚନା ପରେ ଆୟୋଗ ର ସଦସ୍ୟା ଶ୍ରୀମତୀ ଖୁଣ୍ଟିଆ ଜିଲ୍ଲା ସ୍ତରରେ ଥିବା ସମସ୍ତ ଶିଶୁ ଅନୁଷ୍ଠାନ ର ଶିଶୁ ମାନଙ୍କର ଶିକ୍ଷା ର ଉନ୍ନତି ଓ ବିକାଶ ହେଲେ ସାଧାରଣ ଶିଶୁ ଭଳି ସମସ୍କନ୍ଦ ହୋଇପାରିବେ ଏବଂ ମାନସିକ ସ୍ଥିତି କୁ ପରଖି ପରାମର୍ଶ ସେବା ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ ।ସେହିପରି ଶିଶୁ ଶ୍ରମିକ ମୁକ୍ତ,ରାସ୍ତାକଡ଼ରେ ବୁଲୁଥିବା ଶିଶୁ ଯେପରି ଅନାହାର ରେ ନ ରହିବେ ସେଥିପାଇଁ ଦୃଷ୍ଟିଦେବା ପାଇଁ କହିଥିଲେ ।

ତତ୍ ସହ ଶିକ୍ଷା ଭିବାଗ ରେ ଡ୍ରପ ଆଉଟ୍ ପିଲା,ପରିବହନ ବିଭାଗ ଶିଶୁ ମାନଙ୍କୁ ବିଦ୍ୟାଳୟ ଯିବା ଆସିବାରେ ବ୍ଯବହାର ଯୋଗ୍ୟ ଯାନ କୁ ନିରୀକ୍ଷଣ କରିବା,ବାଲ୍ୟବିବାହ, ପୋକସୋ ପୀଡ଼ିତା ନାବାଳିକା କୁ ତ୍ୱରିତ ସହାୟତା,ସମସ୍ତ ଶିଶୁ ମାନଙ୍କୁ ଆଧାର ସଂଯୋଗ କରଣ ବ୍ୟବସ୍ଥା ଉପରେ ପଦକ୍ଷେପ,ଶିଶୁ ମଙ୍ଗଳ ପୋଲିସ ଅଧିକାରୀ ଶିଶୁ ଙ୍କୁ ମିତ୍ର ବ୍ୟବହାର,ଶିଶୁ ମିତ୍ର ଥାନା ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରହିବା ସକାଶେ ବୈଠକ ରେ ଆଲୋକପାତ କରିଥିଲେ ।ଏହି ବୈଠକରେ ଶିଶୁ ସୁରକ୍ଷା ୟୁନିଟ ର ଆନୁଷ୍ଠାନିକ ଅଧିକାରୀ ବିଶ୍ୱ ନାରାୟଣ ପଣ୍ଡା, ସାମାଜିକ କର୍ମୀ ସୁବ୍ରତ ଦାସ, ହିସାବ ରକ୍ଷକ ଧୀରଜ୍ ବାରିକ୍,ବାହ୍ୟ କର୍ମୀ ମହେଶ ଚନ୍ଦ୍ର ଦାଶ ଅଣ-ଆନୁଷ୍ଠାନିକ ଅଧିକାରିଣୀ ସ୍ୱାଗତିକା ବାରିକ୍, ସାମାଜିକ କର୍ମୀ ଲକ୍ଷ୍ମୀପ୍ରିୟା ମଲିକ,ବାହ୍ୟକର୍ମି ଦମୟନ୍ତୀ ଦାଶ ,ପରାମର୍ଶ ଦାତା କୁଲଦୀପ ଯେନା ଓ ଚାଇଲ୍ଡ ଲାଇନ ର ପ୍ରକଳ୍ପ ସଂଯୋଜିକା ଶୁଭଶ୍ରୀ ପଢ଼ିଆରି ଓ ଟିମ ପରିଚାଳନା ରେ ସହଯୋଗ କରିଥିଲେ । ସମଗ୍ର ସ୍ଥଳେ ଶିଶୁ ମାନଙ୍କ ପାଇଁ ସୁଗମ ବ୍ୟବସ୍ଥା ସମସ୍ତଙ୍କର ମିଳିତ ସହଯୋଗରେ ହୋଇପାରିଲେ ଶିଶୁ ସୁରକ୍ଷା ଫଳପ୍ରଦ ହେବା ବୋଲି ପ୍ରକାଶ ପାଇଥିଲା ।ପରିଶେଷରେ ଶ୍ରୀ ମହାନ୍ତି ଙ୍କ ଦ୍ଵାରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *