ଛାତ୍ର ଛାତ୍ରୀ ବଡ଼ ଲୋକ ପରିବର୍ତ୍ତେ ଭଲ ମଣିଷ ହେଲେ ସମାଜର ସୁପରିବର୍ତ୍ତନ ଘଟିବବସ୍ତା ବିବେକାନନ୍ଦ ଶିକ୍ଷା କେନ୍ଦ୍ର ବାର୍ଷିକ ଉତ୍ସବ
ବସ୍ତା,୩୦।୧: ସମାଜରେ ପ୍ରତିଟି ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କୁ ବଡ଼ ମଣିଷ ପରିବର୍ତ୍ତେ ଭଲ ମଣିଷ ହେବା ପାଇଁ ଶିକ୍ଷା ଦେବାର ଆବଶ୍ୟକତା ରହିଛି।ଏହା ହେଲେ ଆଜିର କଳୁଷିତ ସମାଜ ପରିବର୍ତ୍ତନ ହୋଇ ସଂସ୍କାର ଆସିପାରିବ ବୋଲି ବସ୍ତା ସ୍ବାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ରେ ଉପସ୍ଥିତ ଅତିଥି ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ବିଦ୍ୟାଳୟ ପ୍ରଧାନ ଆଚାଯ୍ୟ ଶ୍ରୀପତି ଚରଣ ପାତ୍ର ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ,ମୁଖ୍ୟ ବକ୍ତା ଭାବେ ବସ୍ତା ଗୋଷ୍ଠୀ ଶିକ୍ଷା ଅଧିକାରୀ ଯଜ୍ଞେଶ୍ଵର ଜେନା,ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ପ୍ରଦୀପ କୁମାର ପଣ୍ଡା,ସି ଆର ସି ସି ଅଶୋକ କୁମାର ପାଢ଼ୀ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶଙ୍କର କୁମାର କର,ସମ୍ପାଦକ ରାମଚନ୍ଦ୍ର ଦେବ, ଉପଦେଷ୍ଟା ଶ୍ୟାମାପ୍ରସାଦ ବେହେରା,କୁଡ଼ିଆ ସରପଞ୍ଚ ଗୌରାଙ୍ଗ ବେହେରା,କୁମୁଦ ରଞ୍ଜନ ଗିରି,ଶିକ୍ଷାବିତ୍ ଗଗନ ବିହାରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ବର୍ଗର କୃତି ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ମାନପତ୍ର ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ। ସଭା ଶେଷରେ ବିଦ୍ୟାଳୟର ଉପ ପ୍ରଧାନ ଆଚାର୍ଯ୍ୟ ରଞ୍ଜିତା ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ।
