ଆଇଏଫଏଫଆଇ-2025

ଆଇଏଫଏଫଆଇ-2025ରେ ଶ୍ରେଷ୍ଠ ଫିଚର୍‌ ଫିଲ୍ମ ରୂପେ ସମ୍ମାନଜନକ ଗୋଲ୍ଡେନ୍‌ ପିକକ୍‌ ପୁରସ୍କାର ପାଇଲା ଭିଏତନାମ ଚଳଚ୍ଚିତ୍ର ‘‘ସ୍କିନ୍‌ ଅଫ୍‌ ୟୁଥ୍‌’’ସ୍କିନ୍‌ ଅଫ୍‌ ୟୁଥ୍‌: ତୃତୀୟ ଲିଙ୍ଗୀଙ୍କ ପରିଚୟ, ପ୍ରେମ ଏବଂ ଦୃଢ଼ତାର ଏକ ଶକ୍ତିଶାଳୀ କାହାଣୀପାଣାଜୀ, 28 ନଭେମ୍ବର:ଭିଏତନାମ ଚଳଚ୍ଚିତ୍ର ‘ସ୍କିନ୍‌ ଅଫ୍‌ ୟୁଥ୍‌’ ଶ୍ରେଷ୍ଠ ଚଳଚ୍ଚିତ୍ର ରୂପେ ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ଗୋଲ୍ଡେନ୍‌ ପିକକ୍‌ ପୁରସ୍କାର ହାସଲ କରିଛି। ଆଜି ସନ୍ଧ୍ୟାରେ ଗୋଆର ଶ୍ୟାମାପ୍ରସାଦ ମୁଖାର୍ଜୀ ଇଣ୍ଡୋର୍‌ ଷ୍ଟାଡିୟମରେ ଚିତ୍ତାକର୍ଷକ ଉଦଯାପନୀ ସମାରୋହରେ ଏହି ଚଳଚ୍ଚିତ୍ରର ନିର୍ମାତା ଓ ନିର୍ଦ୍ଦେଶକଙ୍କୁ ପୁରସ୍କାର ବିତରଣ କରାଯାଇଛି। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଡକ୍ଟର ଏଲ ମୁରୁଗନଙ୍କ ଉପସ୍ଥିତିରେ ଗୋଆ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦୀ ସାୱନ୍ତ ଏହି ପୁରସ୍କାର ପ୍ରଦାନ କରିଥିଲେ। ଚଳଚ୍ଚିତ୍ରର ନିର୍ଦ୍ଦେଶକ ଆଶ୍‌ଲେ ମେଫେୟାର ଏବଂ ପ୍ରଯୋଜକମାନେ ଗୋଲ୍ଡେନ୍‌ ପିକକ୍‌ (ସ୍ୱର୍ଣ୍ଣ ମୟୂର) ଟ୍ରଫି ସହିତ ଗୋଟିଏ ପ୍ରମାଣପତ୍ର ଏବଂ 40 ଲକ୍ଷ ଟଙ୍କାର ନଗଦ ପୁରସ୍କାର ଗ୍ରହଣ କରିଥିଲେ।1990 ଦଶକର ସାଇଗନ୍ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାରର ସ୍ୱପ୍ନ ଦେଖୁଥିବା ଜଣେ କିନ୍ନର ଯୌନ କର୍ମୀ ସାନ୍ ଏବଂ ନିଜ ପୁଅକୁ ସମର୍ଥନ କରିବା ପାଇଁ ଲଢ଼ୁଥିବା ଜଣେ ଅଣ୍ଡରଗ୍ରାଉଣ୍ଡ କେଜ୍‌ ଫାଇଟର୍‌ ନାମ୍‌ ଙ୍କ ମଧ୍ୟରେ ନିବିଡ଼ ପ୍ରେମ ସମ୍ପର୍କ ଉପରେ ଆଧାରିତ । ସାନ୍ ଜଣେ ମହିଳା ଭାବରେ ବଞ୍ଚିବାକୁ ସ୍ଥିର କରିଛନ୍ତି, ଯେତେବେଳେ ନାମ୍‌ ତାଙ୍କ ଅସ୍ତ୍ରୋପଚାର ପାଇଁ ଟଙ୍କା ରୋଜଗାର କରିବା ପାଇଁ ନିଷ୍ଠୁର ଲଢ଼େଇ କରନ୍ତି। ହିଂସାତ୍ମକ ଅଣ୍ଡରଗ୍ରାଉଣ୍ଡ୍‌ ଦୁନିଆ, ସାମାଜିକ ଅପବାଦ ଏବଂ ନକାରାତ୍ମକ ଶକ୍ତିର ସମ୍ମୁଖୀନ ହେବା ସମୟରେ ସେମାନଙ୍କ ପ୍ରେମ କଠୋର ଆହ୍ୱାନର ସାମ୍ନା କରିଥାଏ ଯାହା ସେମାନଙ୍କ ସମ୍ପର୍କକୁ ମୂଲ୍ୟ ଦେବ।ଚଳଚ୍ଚିତ୍ର ଉପରେ ମତବ୍ୟକ୍ତ କରି ବିଚାରକ ମଣ୍ଡଳୀ କୁହନ୍ତି, କାହାଣୀ ଆରମ୍ଭରୁ ଚମତ୍କାର ଓ ପ୍ରେରଣାଦାୟୀ ସିନେମାଟୋଗ୍ରାଫୀ, ସାହସିକ ପ୍ରଡକ୍ସନ ଡିଜାଇନ୍‌ ଏବଂ ପ୍ରଭାବଶାଳୀ ଅଭିନୟ ଏହି ଚଳଚ୍ଚିତ୍ରକୁ ଅତ୍ୟନ୍ତ ରୁଚିକର କରିପାରିଛି। ଭାବପ୍ରବଣତା ପୂର୍ଣ୍ଣ ସଙ୍ଗୀତ, କୁଶଳୀ ସମ୍ପାଦନା ଏବଂ ନିଖୁଣ ପ୍ରସ୍ତୁତି ଏହି ଚଳଚ୍ଚିତ୍ରର ବିଶେଷତ୍ୱ। ପୂର୍ବରୁ ଏଭଳି ଚଳଚ୍ଚିତ୍ର ଖୁବ୍‌ କମ୍‌ ଦେଖିବାକୁ ମିଳିଛି। ଏଥିରେ ଦୁନିଆରେ ଥିବା ପ୍ରେମ ଓ ତ୍ୟାଗର ନଜିର ଦେଖିବାକୁ ମିଳିଛି।ଚଳିତ ବର୍ଷ, ବିଶ୍ୱ ସିନେମାର ଏକ ଜୀବନ୍ତ ଦୃଶ୍ୟକୁ ପ୍ରତିନିଧିତ୍ୱ କରୁଥିବା ପନ୍ଦରଟି କାଳ୍ପନିକ ଫିଚର ଫିଲ୍ମ ସମ୍ମାନଜନକ ଗୋଲ୍ଡେନ ପିକକ୍ ପୁରସ୍କାର ପାଇଁ ପ୍ରତିଯୋଗିତାରେ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *