ଜାନୁଆରୀ-୨୦୨୬ ଶିକ୍ଷାସତ୍ର ପାଇଁ ଇଗ୍ନୋର ନାମଲେଖା ଅବଧି ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ଵର,୦୨/୦୩/୨୦୨୬: ଶିକ୍ଷାର୍ଥୀମାନଙ୍କ ସୁବିଧା ଓ ବିଭିନ୍ନ ବର୍ଗର ଆବଶ୍ୟକତାକୁ ଦୃଷ୍ଟରେ ରଖି ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ଜାନୁଆରୀ-୨୦୨୬ ଶିକ୍ଷାସତ୍ର ପାଇଁ ନାମଲେଖା ଅବଧିକୁ ଚଳିତ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ବଢ଼ାଇଛି। ସାର୍ଟିଫିକେଟ୍ ଓ ସେମିଷ୍ଟାର-ଆଧାରିତ ପାଠ୍ୟକ୍ରମଗୁଡ଼ିକ ଏହି ବୃଦ୍ଧିର ଅଧୀନ ନୁହେଁ।ଆଗ୍ରହୀ ପ୍ରାର୍ଥୀମାନେ ବିଭିନ୍ନ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ଭର୍ତ୍ତି ପାଇଁ ଇଗ୍ନୋର ଆଧିକାରିକ ୱେବସାଇଟ www.ignou.ac.in ମାଧ୍ୟମରେ ଅଧିକ ବିବରଣୀ ଜାଣିପାରିବେ। ଅନଲାଇନ୍ ନାମଲେଖା ପାଇଁ ସିଧାସଳଖ ଲିଙ୍କ ହେଲା:https://ignouadmission.samarth.edu.inଅଣ୍ଡର ଗ୍ରାଜୁଏଟ ପ୍ରୋଗ୍ରାମ (BSCM, BCOMF, BAM) ରେ ଭର୍ତ୍ତି ହେଉଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ଓ ପୁନଃ ପଞ୍ଜୀକରଣ ଶୁଳ୍କରେ ୫୦ ପ୍ରତିଶତ ରିହାତି ଦିଆଯାଇଛି। କିନ୍ତୁ ଯେଉଁ ଛାତ୍ରଛାତ୍ରୀମାନେ ଅନ୍ୟ କୌଣସି ସୂତ୍ରରୁ ଶୁଳ୍କ ରିହାତି ପାଉଛନ୍ତି, ସେମାନେ ଏହି ସୁବିଧା ପାଇବାକୁ ଯୋଗ୍ୟ ହେବେ ନାହିଁ।ଅଧିକ ସୂଚନା ପାଇଁ ଆଶାୟୀ ପ୍ରାର୍ଥୀମାନେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱର ସହିତ ଯୋଗାଯୋଗ କରିପାରିବେ। ଏଥିପାଇଁ ଟେଲିଫୋନ ନମ୍ବର ୦୬୭୪-୨୩୦୧୩୪୮ କିମ୍ବା ୨୯୭୧୦୭୧ ଏବଂ ଇ-ମେଲ୍ rcbhubaneswar@ignou.ac.in କିମ୍ବା admissionrc21@ignou.ac.in ଜରିଆରେ ସହାୟତା ପାଇଁ ଯୋଗାଯୋଗ କରିବାକୁ ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ମନୋଜ କୁମାର ଦାଶ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *