ବ୍ରହ୍ମଗିରି ବ୍ଲକ କୁସୁବେଣ୍ଟି ପଞ୍ଚାୟତ ହରିଦାସ ଗ୍ରାମର ଗ୍ରାମବାସୀଙ୍କ ବେଆଇନ ଗିରଫଦାରୀ

ବ୍ରହ୍ମଗିରି ବ୍ଲକ କୁସୁବେଣ୍ଟି ପଞ୍ଚାୟତ ହରିଦାସ ଗ୍ରାମର ଗ୍ରାମବାସୀଙ୍କ ବେଆଇନ ଗିରଫଦାରୀ ଓ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବ୍ରହ୍ମଗିରି ଥାନା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ବିଶାଳ ଗଣ ଧାରଣା ଅନୁଷ୍ଠିତ ହୋଇଯାଇଅଛି।ଗତକାଲି ପୁରୀ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ମାନଙ୍କ ଅମାନୁଷିକ ଭାବେ ଅତ୍ୟାଚାର ଏବଂ ବିନା ଦୋଷରେ ହରିଦାସ ଗ୍ରାମର ଚାଷୀ ଭାଇ ଏବଂ ମା ମାନଙ୍କୁ ଉଠେଇ ଆଣିବା କୁ ବିରୋଧ କରି ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଦୃଢ଼ ନିନ୍ଦା କରିବା ସହିତ ବ୍ରହ୍ମଗିରି ଥାନା ପରିସରରେ ଅହୋରାତ୍ର ଧାରଣା ଦେଇଛନ୍ତି।ଆଜି ଏହି ଶାନ୍ତିପୂର୍ଣ୍ଣ ବିଶାଳ ଗଣ ଧାରଣାର ସଭାପତି ଭାବେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ସ୍ୱାଇଁ ସଭାପତିତ୍ବ କରିଥିଲେ।ବ୍ରହ୍ମଗିରି ବ୍ଲକ କୁସୁବେଣ୍ଟି ପଞ୍ଚାୟତ ହରିଦାସ ଗ୍ରାମର ଏହି ସମସ୍ୟା ପ୍ରାୟ ଦୀର୍ଘ ୩୦ ବର୍ଷ ତଳର ସମସ୍ୟା, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସରକାର ସମୟରେ ଏହି କେନାଲ ଖନନ ପାଇଁ ଅର୍ଥ ମଞ୍ଜୁର କରାଯାଇଥିଲା। ବିଗତ ଦିନରେ ଏହି ଭଳି ସମସ୍ୟା ଦେଖାଯାଇଥିଲେ ମଧ୍ୟ ସମାଧାନ ହୋଇପାରିନଥିଲା। କିନ୍ତୁ ରାଜ୍ୟ ତଥା କେନ୍ଦ୍ରରେ ଡ଼ବଲ୍ ଇଞ୍ଜିନ ବିଜେପି ସରକାର ଚାଲିଛି। ଡ଼ବଲ ଇଞ୍ଜିନ ବିଜେପି ସରକାର ଗଢ଼ିବାର ଆଜକୁ ପ୍ରାୟ ୧୮ ମାସ ହେଇଗଲାଣି। ବ୍ରହ୍ମଗିରି ବ୍ଲକ ରେ ମାଟି ମୁଠାଟେ କେଉଁଠି ପକାଇ ନାହାଁନ୍ତି। ରାଜ୍ୟରେ ଯେଉଁ ନାରା ଦେଇ ଡ଼ବଲ ଇଞ୍ଜିନ ସରକାର ଗଢିଥିଲା ସେ ନାରା ରୁ ଗୋଟିଏ ମଧ୍ୟ ପ୍ରତିଶୃତି ପୂରଣ କରି ପାରିଲେ ନାହିଁ। ଆଇନ ଗତ ଭାବେ ହରିଦାସ ଗ୍ରାମର ଗ୍ରାମବାସୀ ମାନଙ୍କୁ ସରକାରୀ ନିଷେଧାଦେଶ ସମ୍ପର୍କରେ କୌଣସି ପ୍ରାକ୍ ସୂଚନା ଦିଆଯାଇ ନଥିଲା ଏବଂ ନୂତନ କେନାଲ ଖନନ ହେବା ଦ୍ଵାରା ଗ୍ରାମର ଯେଉଁ ସରକାରୀ ଜମି, ବ୍ୟକ୍ତିଗତ ଜମି କ୍ଷତିଗ୍ରସ୍ତ ହେବ ସେ ସମ୍ପର୍କରେ ଉପଯୁକ୍ତ ରାଜୋସ୍ଵ ଆଇନ୍ କୁ ଅନୁସରଣ ନକରି ଓ କ୍ଷତିପୂରଣ ସମ୍ପର୍କରେ କୌଣସି ଆଲୋଚନା ନ କରି ତରବରିଆ ଭାବେ ରାଜନୈତିକ ଚାପର ବଶବର୍ତ୍ତୀ

ହୋଇ ପ୍ରସାଶନ ମାତ୍ରାଧିକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି। ଗତକାଲି ପୁରୀ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ମାନେ ହରିଦାସ ଗ୍ରାମର ଗ୍ରାମବାସୀଙ୍କ ଉପରେ ଅମାନୁଷିକ ଭାବେ ଅତ୍ୟାଚାର ଏବଂ ମା ମାନଙ୍କୁ ଟଣା ଓଟରା କରି ଧକ୍କା ଦେଇ ବ୍ରହ୍ମଗିରି ଥାନାକୁ ଟାଣି ଆଣିବା ଏହା ବ୍ରହ୍ମଗିରି ବ୍ଲକ ରେ ଅତି ନିନ୍ଦନୀୟ ଘଟଣା। ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଏହି ଭଳି ନିନ୍ଦନୀୟ ଘଟଣାକୁ ତୀବ୍ର ବିରୋଧ କରି ଗତକାଲି ଠାରୁ ଅହୋରାତ୍ର ଧାରଣା ଜାରୀ ରଖିଛନ୍ତି। ପୁରୀ ଜିଲ୍ଲା ପ୍ରଶାସନ ୨୦ ପ୍ଲାଟୁନ୍ ପୋଲିସ ଫୋର୍ସ ନେଇ ଯେଉଁ ଭଳି ଭାବେ ଅତ୍ୟାଚାର କରି କେନାଲ ଖୋଳିବା ପାଇଁ ଯାଇଥିଲେ ଏହାକୁ ବ୍ରହ୍ମଗିରି ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ମାନେ ଦୃଢ଼ ନିନ୍ଦା କରିଛନ୍ତି। ପ୍ରସାଶନ ଯେଉଁ ଡ଼ବଲ ଇଞ୍ଜିନ ବିଜେପି ରାଜନୈତିକ ଦଳ ଦ୍ଵାରା ପରିଚାଳିତ ହୋଇ ନିରିହ ଚାଷୀ ଏବଂ ମା ମାନଙ୍କୁ ଧରି ନେଇଛି ଏହା ରାସ୍ତା ଛକ ଠାରେ ସାଧାରଣ ଲୋକ ମାନେ ଆଲୋଚନା କରି ନିନ୍ଦା କରୁଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ମଧ୍ୟରେ ପ୍ରଶାସନ ହରିଦାସ ଗ୍ରାମର ଛାତ୍ରଛାତ୍ରୀ ଓ ବୃଦ୍ଧ ବ୍ୟକ୍ତିଙ୍କୁ ମଧ୍ୟ ନିର୍ଯାତନା ଦେଇ ଗିରଫ କରିଛନ୍ତି। ଗିରଫ ସୋଇଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ପ୍ରଶାସନ ଅତ୍ୟନ୍ତ ସଙ୍ଗିନୀ ଦଫା ଲଗାଇଥିବାରୁ ସ୍ଥାନୀୟ ଗ୍ରାମ ନ୍ୟାୟାଳୟରେ ସେମାନଙ୍କ ଜାମିନ ନାମଞ୍ଜୁର ହୋଇଛି ଓ ସେମାନେ ଗିରଫ ହୋଇ ଜେଲ ଯାଇଛନ୍ତି।ଆଜି ଏହି ବିଶାଳ ଗଣ ଧାରଣା ଠାରୁ ଶ୍ରୀ ଦାସବର୍ମା ଉପସ୍ଥିତ ରହି ପ୍ରସାଶନ କୁ ଚେତାବନୀ ଦେଇଛନ୍ତି ଏହି ଭଳି ସମସ୍ୟାକୁ ଖୁବଶୀଘ୍ର ସମାଧାନ ନ କରନ୍ତି ଏହାର ଜବାବ ଆଗାମୀ ଦିନରେ ଚାଷୀ ଭାଇମାନେ ଆହୁରି ତିବ୍ର ଭାବରେ ରାଜରାସ୍ତାରେ ଲଢେ଼ଇ କରି ଜବାବ ଦେବେ। ଏହି ବିଶାଳ ଶାନ୍ତିପୂର୍ଣ୍ଣ ଗଣ ଧାରଣାରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା, ବ୍ରହ୍ମଗିରି CPM ନେତା ଭୀମସେନ ସ୍ଵାଇଁ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନାବାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଳାଇ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ଵର ସାହୁ, ବରିଷ୍ଠ ଚାଷୀ ନେତା ଭଗବାନ ନାୟକ, ପ୍ରଫୁଲ୍ଲ ଜେନା, ନବ କିଶୋର ଶଣ୍ଢ, ପୂର୍ବତନ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ରାୟ, ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ମହିଳା ନେତ୍ରୀ ମାନସି ହରିଚନ୍ଦନ, ସସ୍ମିତା ସାହୁ, ଯୁବ ନେତୃତ୍ବ ନନ୍ଦ ବିଶ୍ୱାଳ, ସର୍ବେଶ୍ଵର ପଲାଇ, ବିଜୟ ଦଳେଇ, ବୃନ୍ଦାବନ ପ୍ରଧାନ, ଅମୁଲ୍ୟ ଜେନା, ରାଧାକାନ୍ତ ସାହୁ, ବରିଷ୍ଠ ଆଇନଜୀବୀ ଭାସ୍କର ଜେନା ଓ ବ୍ରହ୍ମଗିରି ବ୍ଲକର ସହ ସହ ବିଜୁ ଜନତା ଦଳର କର୍ମୀ ଙ୍କ ସମେତ ବହୁ ଚାଷୀ ଭାଇ ଏବଂ ମା ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *