ବେଆଇନ ବାଲିବୋଝେଇ

ବେଆଇନ ବାଲିବୋଝେଇ ହାଇୱା ଅଟକଫୋଟୋଉତ୍ତଳନ ବେଳେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଧମକକାକଟପୁର,୧୫/୩- କାକଟପୁର ରୁ ଅସ୍ତରଙ୍ଗ ଅଭିମୁଖେ ଏକ ବାଲି ବୋଝେଇ ହାଇୱା ଟ୍ରକ (ଓଡ଼ି ୦୫ ଏନ ୯୮୨୨) ଦ୍ରୁତଗତି ରେ ଆସୁଥିବା ବେଳେ କାକଟପୁର ମୂଳାଗଡ଼ ରାସ୍ତା ନିକଟରେ କାକଟପୁର ତହସିଲଦାର ଓ ରାଜସ୍ୱନିରୀକ୍ଷକ ଉକ୍ତ ଗାଡି ଟିକୁ ଅଟକାଇଥିଲେ, ଉକ୍ତ ଗାଡି କୁ ଅଟକାଇ ତାର ବାଲି ବୋଝେଇ ଉପରେ କାଗଜପତ୍ର ଯାଞ୍ଚ କରୁଥିବା ସମୟ ରେ ଉକ୍ତ ରାସ୍ତା ରେ ୨ ଜଣ ଯୁବ ସାମ୍ବାଦିକ ରୂପରଞ୍ଜନ ସାହୁ ଓ ଚିନ୍ମୟ ପଲ୍ଲାଇ ଅଟକି ଘଟଣା ର ଫୋଟୋ ଉତୋଳନ କରୁଥିବା ସମୟ ରେ ଗାଡି ର କର୍ମଚାରୀ ଉକ୍ତ ସାମ୍ବାଦିକ ମାନଙ୍କୁ ଧମକ ଚମକ ଦେବା ସହ ନାଲି ଆଖି ଦେଖାଇ ଗାଳିଗୁଲଜ କରିଥିଲେ, ସବୁଠୁ ଦୁଃଖ ଓ ପରୀତାପ ର ବିଷୟ ଘଟଣା ସ୍ଥଳ ରେ କାକଟପୁର ତହସିଲଦାର ଓ ଆର. ଆଇ ନିଜେ ଉପସ୍ଥିତ ଥିଲେ କିନ୍ତୁ ଗାଡି କର୍ମଚାରୀ ଙ୍କୁ ତାଗିଦ କରିନଥିଲେ, ଏଥିରୁ ଜଣା ପଡୁଛି ସାମ୍ବାଦିକ ମାନେ ଖବର ସଂଗ୍ରହ ସମୟ ରେ କେତେ ଅସୁରକ୍ଷିତ ରହୁଛନ୍ତି, ଗୋଟେ ପଟେ ସାମ୍ବାଦିକ ସୁରକ୍ଷା ଆଇନ ପାଇଁ ରାଜ୍ୟ ସାମ୍ବାଦିକ ମାନେ କଳାବ୍ୟାଜ ପରିଧାନ କରି ଆନ୍ଦୋଳନ କୁ ଓଲ୍ହାଇଲା ବେଳେ ଅନ୍ୟ ପଟେ ପ୍ରଶାସନିକ ଅଧିକାରୀ ଙ୍କ ସମ୍ମୁଖରେ ସାମ୍ବାଦିକ ଙ୍କୁ ନଲୀ ଆଖି, ଏହା କୁ ନେଇ କାକଟପୁର ଓ ଅସ୍ତରଙ୍ଗ ସାମ୍ବାଦିକ ମାନଙ୍କ ତରଫରୁ ଘୋର ନିନ୍ଦା କରାଯାଇଛି, ସୂଚନା ମୁତାବକ ଗାଡି ରେ ଓଭର ଲୋଡ଼ିଂ ବାଲି ଥିଲା ଓ ଏହା ଦ୍ରୁତ ଗତି ରେ ଆସୁଥିଲା, ଅଧିକାରୀ ଗାଡି ଅଟକାଇବା ପରେ ଘଟଣା ସ୍ଥଳରୁ ଡ୍ରାଇଭର ଚମ୍ପଟ ମାରିଥିଲେ, ଯାହା ସୂଚନା ଦେଇଛନ୍ତି ଘଟଣା ସ୍ଥଳ ରେ ଉପସ୍ଥିତ ୨ ସାମ୍ବାଦିକ, କାଇଁ ଚମ୍ପଟ ମାରିଲେ ତାହା ବି ସନ୍ଦେହ ଘେର ରେ, ଏ ବାବଦରେ ପ୍ରଶାସନ ତରଫରୁ କି ପଦକ୍ଷେପ ନିଆଯାଇଛି ତାହା ବୁଝିବା ପାଇଁ ରାଜସ୍ୱ ନିରୀକ୍ଷକ ଙ୍କ ଠୁ ଦୂରଭାଷ ମାଧ୍ୟମ ରେ ଯୋଗାଯୋଗ ହୋଇଥିଲା, ତାଙ୍କ ସୂଚନା ମୁତାବକ ବେ ଆଇନ ବାଲି ଚାଲାଣ ହେଉଥିଲା, ଆଇନ ମୁତାବକ ଉକ୍ତ ଗାଡି ପାଇଁ ଫାଇନ ଚାଲାଣ କଟାଯାଇଛି, ଏଠି ବେଆଇନ ବାଲି ଗାଡି ଧରିବା କୁ ସ୍ଥାନୀୟ ପ୍ରଶାସନ କୁ ଧନ୍ୟବାଦ ଦିଆଯାଇଛି କିନ୍ତୁ ପ୍ରଶାସନିକ ଅଧିକାରୀ ଙ୍କ ସମ୍ମୁଖରେ ସାମ୍ବାଦିକ ମାନଙ୍କୁ ଧମକ ଦେବା ଓ ଅଶ୍ଳୀଳ ଭାଷା ରେ ଗାଳି ଗୁଲଜ କରିବା କୁ ସାମ୍ବାଦିକ ମାନଙ୍କ ତରଫରୁ ଘୋର ନିନ୍ଦା କରାଯାଇଛି l

Leave a Reply

Your email address will not be published. Required fields are marked *