ବେଆଇନ ବାଣବିକ୍ରି

ବେଆଇନ ବାଣବିକ୍ରି।

ରଘୁନାଥପୁର ତା ୧୬/୧୦:-ରଘୁନାଥପୁର ଠାରୁ ଅନତି ଦୂରରେ କଟକ ପାରାଦ୍ୱୀପ ରାସ୍ତା କଡ ନାନପୁରଠାରେ ଥିବା ବାଣଗୋଦାମ ରେ ସରକାରୀ ବାଣ ଛଡା ବେଆଇନ ବାଣ ମଧ୍ୟ ପ୍ରଚୁର ମାତ୍ରାରେ ବିକ୍ରିଚାଲିଛି।ଅକ୍ଟୋବର ୧୫ତାରିଖ ପୁର୍ବରୁ ବାଣବିକ୍ରି ନିୟମ ନଥିବାବେଳେ ଏହି ବ୍ୟକ୍ତି ଜଣକ ପ୍ରାୟ ୧ମାସ ପୂର୍ବରୁ ବାଣ ବିକ୍ରି କରୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ, ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପୋଲିସ ନିରଦ୍ରଷ୍ଟା ସାଜିବାର କାରଣ କଣ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନକରିଛନ୍ତି। ଏହି ବ୍ୟବସାୟୀ ଜଣକ କିଣା ଦାମ ଠାରୁ ୮ଗୁଣା ଅଧିକରେ ବିକ୍ରି କରି ଗ୍ରାହକ ମାନଙ୍କୁ ଶୋଷଣ କରୁଥିବାରୁ ସେମାନେ ଏହାର ପ୍ରତିବାଦ କଲେ ବି ଏକଥା ବ୍ୟବସାୟୀ ନସୁଣି ଓଲଟା କହିବୁଲୁଛନ୍ତି ସ୍ଥାନୀୟ ପୋଲିସ କୁ ୧ଲକ୍ଷ ଓ ଜିଲ୍ଲା ପ୍ରଶାସନ କୁ ୧ ଲକ୍ଷ ବଟିଦେଇ ବ୍ୟବସାୟ କରୁଛି। ଏହି ଟଙ୍କାକୁ ଭରଣାକରିବି କାହାଠାରୁ। ଅପର ପକ୍ଷରେ ସବୁଜବାଣ ବିକ୍ରିକରିବାକୁ ମାନ୍ୟବର ସୁପ୍ରିମ କୋଟ ସଂଙ୍କେତ ଦେବାପରେ ବି ବେଧଡକ ଚାଲିଛି ରାସାୟନିକ ବାଣବିକ୍ରି। ଏବେ ନିକଟରେ ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅଞ୍ଚଳରେ ଜୈନିକ ବ୍ୟବସାୟୀ ଙ୍କ ୨ଟ୍ରକ ରାସାୟନିକ ବାଣକୁ ଅଗ୍ନିଶମ ବିଭାଗ ଜବତ କରିଥିବାବେଳେ ନାନପୁରଠାରେ କିପରି ସ୍ପଷ୍ଟଦିବାଲୋକରେ ରାସାୟନିକ ବାଣ ବିକ୍ରିହେଉଛି ତାହା ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସର ର ବଟିନେବାକଥା କୁସତ୍ୟ ପ୍ରମାଣିତ କରୁଛି।ତେବେ ଜନବସତି ନିକଟରେ ଏବଂ ସେପରି ଅଗ୍ନିନିରାପତା ସିଷ୍ଟମ ନଥାଇ ଘାତକ ବାଣ ବିକ୍ରି କରୁଥିବା ବ୍ୟବସାୟୀ,ଲାଞ୍ଚୁଆ ପୋଲିସ ଓ ସରକାରୀ ଅସାଧୁ କର୍ମଚାରୀ ଙ୍କ ଉପରେ ଦୣଢକାର୍ଯ୍ୟାନୁଷ୍ଠାନ ନେବା ପାଇଁ ସରକାର ଙ୍କ ନିକଟରେ ଅଞ୍ଚଳବାସୀ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *