ବେଆଇନ ଇଟାଭାଟି ଜନଜୀବନ କୁ କରୁଛି ହନ୍ତସନ୍ତପ୍ରଭାବିତ ପରିବାର ଙ୍କ ତହସିଲ ସମ୍ମୁଖରେ ଧାରଣା

ବେ ଆଇନ ଇଟାଭାଟି ରେ ପ୍ରଭାବିତ ହେଉଛନ୍ତି ସାଧାରଣ ଲୋକ, ବର୍ତ୍ତମାନ ତାପମାତ୍ରା ବୃଦ୍ଧି ପାଇବା ରେ ଲାଗିଛି, ତା ସହିତ ଇଟାଭାଟି ର ଉତ୍ତାପ ହନ୍ତସନ୍ତ କରୁଛି ଜୀବନ ଶୈଳୀ କୁ, ଏହାକୁ ନେଇ ଅନେକ ଖବର ପ୍ରସାରଣ କରାଗଲେ ବି ଆଖି ଖୋଲୁନାହାନ୍ତି ତହସିଲଦାର, ଯାହାକୁ ନେଇ କାକଟପୁର ବ୍ଲକ ଫକୀରସାହି ର ନାରାୟଣ ମହାରଣା ଙ୍କ ପରିବାର ତହସିଲ ସମ୍ମୁଖରେ ଧାରଣା ଦେଇଛନ୍ତି, ଆଉ ଏ ବାବଦରେ ତହସିଲଦାର ଙ୍କୁ ଅଭିଯୋଗ ପ୍ରଦାନ କରିଛନ୍ତି କେବଳ ସେତିକି ନୁହେଁ, ସ୍କୁଲ, କଲେଜ ବିଭିନ୍ନ ଜନବସତି ନିକଟରେ ଏହିଭଳି ଭାବେ ବେଆଇନ ଇଟାଭାଟି କରାଯାଇଛି, ଉତ୍ତପ୍ତ ବାୟୁ ପ୍ରଦୂଷଣ ରେ କେବଳ ପରିବେଶ ର କ୍ଷତି ନୁହେଁ ବରଂ ଅନେକ ସାଧାରଣ ପରିବାର ବି ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ପ୍ରଶାସନ କାଇଁ ଏ ବାବଦରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ତାହା ବି ସନ୍ଦେହ ଘେର ରେ, ସରକାରୀ ସ୍ଥାନ ରୁ ବେଆଇନ ମାଟି ଉଠା ଯାଉଛି, ଲକ୍ଷ ଲକ୍ଷ ଟଙ୍କା ର ଇଟା ଭାଟି ଲଗାଯାଇ ବ୍ୟବସାୟ କରାଯାଉଛି, କିନ୍ତୁ ରାଜସ୍ୱ ନିରୀକ୍ଷକ କୀ ତହସିଲଦାର ଙ୍କ ନଜର ପଡୁନି, ଯେଉଁ କାରଣ ରୁ ଶ୍ରୀଯୁକ୍ତ ମହାରଣା ଙ୍କ ପରିବାର ର ସମସ୍ତେ,

ଏଭଳି କୀ ତାଙ୍କ ଶିଶୁ ପିଲା ମାନଙ୍କୁ ନେଇ ଆଜି ତହସିଲ ସମ୍ମୁଖରେ ଧାରଣା ରେ ବସିବାକୁ ପଡିଛି, ଏହିଭଳି ଅନେକ ପରିବାର ମଧ୍ୟ ବେଆଇନ ଇଟାଭାଟି ପାଇଁ ହନ୍ତସନ୍ତ ହେଉଛନ୍ତି, ବିଦ୍ୟାଳୟ ଓ କଲେଜ ଛାତ୍ରଛାତ୍ରୀ ବି ଏଥିରୁ ବାଦ ପଡ଼ୁନାହାନ୍ତି

Leave a Reply

Your email address will not be published. Required fields are marked *