ବେଆଇନ ବାଣ ଜବତ

ବେଆଇନ ବାଣ ଜବତ,ଆଉ ଦିନକ ପରେ ଆଲୋକର ପର୍ବ ଦୀପାବଳି। ବାଣ ଫୁଟାଇ ଦୀପାବଳି ମନେଈବାକୁ ସମସ୍ତେ ପ୍ରସ୍ତୁତ ହେଲେଣି। କିନ୍ତୁ ଏହାରି ଭିତରେ କିଛି ଅସାଧୁ ଲୋକ ବେଆଇନ୍ ଭାବେ ବାଣ ତିଆରି କରିବା ଘଟଣା ସାମ୍ନାକୁ ଆସିଛି। ପୁରୀ ସଦରଥାନା ଅନ୍ତର୍ଗତ ନରହରିପୁର ଗ୍ରାମର ଶ୍ରୀକାନ୍ତ ମିଶ୍ର ନାମକ ଜଣେ ବ୍ୟକ୍ତି ତାଙ୍କ ବଗିଚାରେ ବେଆଇନ ଭାବେ ବାଡିଆ ବମ୍ ପ୍ରସ୍ତୁତ କରୁଥିଲେ। ବିଶ୍ୱସ୍ତସୂତ୍ରରୁ ଖବର ପାଇ ସଦରଥାନା ଆଇଆଇସି ଅଚାନକ ଚଢାଉ କରି ଶ୍ରୀକାନ୍ତଙ୍କ ନିକଟରୁ 6 ବସ୍ତା ବାଡିଆ ଵମ୍ ଜଵତ କରିବା ସହ ଅନେକ ବାଡିଆ ବମ୍ କୁ ପାଣିରେ ପକାଇ ନଷ୍ଟ କରିଛନ୍ତି। ବେଆଇନ୍ ବାଣ ତିଆରି କରିବା ଅଭିଯୋଗରେ ଶ୍ରୀକାନ୍ତ ମିଶ୍ରଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଭିଜୁଆଲ୍ ଫଟୋ ହ୍ୱଟସପରେ ଯାଇଛି l

Leave a Reply

Your email address will not be published. Required fields are marked *