ବେଆଇନି ଗୃହ ଉଛେଦ କଲା ପ୍ରଶାସନ
ବେଆଇନି ଗୃହ ଉଛେଦ କଲା ପ୍ରଶାସନ
ଏରସମା : ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ପ୍ରାଥମିକ ବିଦ୍ୟାଳୟ ଅପରପାର୍ଶ୍ବରେ,କିଛି ଲୋକ ଏକ ସରକାରୀ ଯାଗାରେ ବେଆଇନ ଘର ତିଆରି କରୁଥିବାର ଜାଣିପାରି ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚିଥିଲା।ଢ଼ିଙ୍କିଆ ମୌଜା ଖାତା ନଂ ୭୦୨ ଏବଂ ପ୍ଲଟ୍ ନଂ ୧୦୨୮ ସରକାରୀ ଜମିରେ ଏହି ଘର ତିଆରି କରାଯାଉଛି।ତେବେ ନିର୍ମାଣ କରାଯାଉଥିବା ଉକ୍ତ ବେଆଇନ ଘରକୁ ଉଛେଦ ପାଇଁ,ରବିବାର ଅପରାହ୍ନରେ ଏରସମା ତହସିଲଦାର ସ୍ନୀଗ୍ଧା ଶ୍ରଦ୍ଧାଞ୍ଜଳୀ ବେହେରା ଏବଂ ଅଭୟଚାନ୍ଦପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ।ମାତ୍ର ବିରୋଧ ଯୋଗୁଁ ତାହା ଉଛେଦ ହୋଇପାରିନଥିଲା।ଯେଉଁଥିପାଇଁ ବାଧ୍ୟହୋଇ ପ୍ରଶାସନ ଦୀର୍ଘ ସମୟ ବ୍ୟବଧାନରେ ଅର୍ଥାତ୍ ରାତି ୯ ଟା ପରେ ଫେରିଥିବାର ଜଣାପଡିଥିଲା। ତେବେ ଆଜି ସକାଳ ୭ଟା ରୁ ପୁଣି ପ୍ରଶାସନ ଉକ୍ତ ଯାଗାରେ ନିର୍ମାଣ କରାଯାଉଥିବା ଗୃହକୁ ଜେସିବି ସାହାଯ୍ୟରେ ଉଚ୍ଛେଦ କରାଯାଇଛି।ଏହି ଉଛେଦ ସମୟରେ ତହସିଲଦାର ସ୍ନୀଗ୍ଧା ଶ୍ରଦ୍ଧାଞ୍ଜଳୀ ବେହେରା,ଅଭୟଚାନ୍ଦପୁର ଆଇଆଇସି ସମିର କୁମାର ରାଉତ ଙ୍କ ସମେତ ବ୍ୟାପକ ପୋଲିସ ମୃତୟନ କରାଯାଇ ଉଚ୍ଛେଦ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା
