ସରକାରୀ ଜମି ଜବରଦଖଲ ଓ ବେଆଇନ ନିର୍ମାଣ
ସରକାରୀ ଜମି ଜବରଦଖଲ ଓ ବେଆଇନ ନିର୍ମାଣ
ସବୁ ଦେଖି ତହସିଲ ପ୍ରଶାସନ ଓ ବନ ବିଭାଗ ଚୁପ୍
କୋଣାର୍କ୨୬.୧୦()- ପୁରୀ ଜିଲ୍ଲା ଗୋପ ତହସିଲ ଅନ୍ତର୍ଗତ କୋଣାର୍କ ଆରଆଇ ଅଫିସ ଅଧୀନ ମାଧିପୂର ମୌଜାର ସରକାରୀ ଜମି ଓ ବାଲୁଖଣ୍ଡ ଅଭୟାରଣ୍ୟକୁ ଲାଗିଥିବା ଜଙ୍ଗଲରେ ବେଆଇନ ଜମି ଜବରଦଖଲ ଓ ଗୃହ ନିର୍ମାଣ କାର୍ଯ୍ୟ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ତହସିଲ ପ୍ରଶାସନ ଓ ବନ ବିଭାଗ ଚୁପ ବସିଛି । ସୁଚନା ଅନୁଯାୟୀ କୋଣାର୍କ ଏନଏସି ୧୦ ନମ୍ବର୍ ୱାର୍ଡ଼ ମାଧିପୂର ମୌଜାର ସରକାରୀ ଜମି ଖାତା ନମ୍ବର୍ ୩୬ ରେ କେତେକ ଜମି ମାଫିଆ, ଦଲାଲ୍ ଓ କୁଜି ନେତା ମାନେ ଜବରଦଖଲ କରି ଗୁଣ୍ଠ ପ୍ରତି ୩ଲକ୍ଷ ଟଙ୍କାରୁ ଅଧିକ ଦରରେ ଲୋକଙ୍କୁ ବିକ୍ରୀ କରୁଛନ୍ତି। କିଛି ଶିକ୍ଷକ, ସରକାରୀ ଚାକିରିଆ ମାନେ ନିଜର ଠକ ଅର୍ଜିତ ଧନର ଜାଗା କିଣି ରାତାରାତି ଗୃହ ନିର୍ମାଣ କରୁଛନ୍ତି। ତହସିଲ ଅଫିସ୍ ନାଁ କହି କିଛି କର୍ମଚାରୀ, ଦଲାଲ୍ ଓ କୁଜି ନେତା ଟଙ୍କା ନେଇ ନିର୍ମାଣ କାର୍ଯ୍ୟରେ ସହଯୋଗ କରୁଛନ୍ତି। ଯାହା ଫଳରେ ଦିନକୁ ଦିନ ବେଆଇନ ନିର୍ମାଣ ବଢ଼ି ଚାଲିଛି। କିନ୍ତୁ ତହସିଲଦାର ସବୁ ଜାଣି ଚୁପ୍ ରହୁଛନ୍ତି। କାରଣ ତାଙ୍କୁ କୁଜି ନେତା ମାନେ ଦଲାଲ୍ ସାଜି ସହଯୋଗ କରୁଛନ୍ତି। ଏଥି ସହିତ ବାଲୁଖଣ୍ଡ ଅଭୟାରଣ୍ୟ ଠାରୁ ମାତ୍ର ୧୦୦ ମିଟର ମଧ୍ୟରେ ଇକୋ ସେନ୍ସେଟିଭ ଜୋନ୍ ଅଞ୍ଚଳରେ ବଡ ବଡ ବେଆଇନ କୋଠା ନିର୍ମାଣ ହେଉଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନି। ତେଣୁ ବେଆଇନ ଗୃହ ନିର୍ମାଣ ବଢ଼ି ଚାଲିଛି। ଏଥିପ୍ରତି ପୁରୀ ଜିଲ୍ଲାପାଳ, ରାଜ୍ଵସ ବିଭାଗ ପକ୍ଷରୁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ମାଧିପୂର ବାସିନ୍ଦା ମାନେ ଅଭିଯୋଗ ଆଣିଛନ୍ତି।
