କୋଣାର୍କରେ ବେଆଇନ୍ ସରକାରୀ ଜମି ବିକ୍ରି ଓ ଗୃହ ନିର୍ମାଣ

କୋଣାର୍କରେ ବେଆଇନ୍ ସରକାରୀ ଜମି ବିକ୍ରି ଓ ଗୃହ ନିର୍ମାଣ

ସବୁ ଦେଖି ଚୁପ୍ ବସିଛି ତହସିଲ ପ୍ରଶାସନ

କୋଣାର୍କ,୦୭.୦୫(ଜ୍ଞାନ ରଞ୍ଜନ ବିଶ୍ଵାଳ)- କୋଣାର୍କରେ ବେଧଡକ ବେଆଇନ୍ ଭାବେ ସରକାରୀ ଜମି ଜବରଦଖଲ, ବିକ୍ରି ଓ ଗୃହ ନିର୍ମାଣ ଦିନକୁ ଦିନ ବଢି ଚାଲିଥିବା ବେଳେ କୋଣାର୍କ ଆରଆଇ ଓ ଗୋପ ତହସିଲ ପ୍ରଶାସନ ସବୁ ଦେଖି ଚୁପ୍ ବସିଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଆରଆଇ, ତହସିଲଦାର ଓ ଜମି ଦଲାଲ୍ ମାନଙ୍କ ମଧ୍ୟରେ ଗୁପ୍ତ ସମ୍ପର୍କ ସହ ଲକ୍ଷ ଲକ୍ଷ ଟଙ୍କା କାରବାର ହେଉଥିବା ନେଇ ସାଧାରଣରେ ବିଶ୍ବାସ କରାଯାଉଛି। ବାରମ୍ଵାର ଏନେଇ ଖବର ପ୍ରକାଶ ପାଇବା ସହ ସାମାଜିକ ଗଣମାଧ୍ୟମ ଜରିଆରେ ଅଭିଯୋଗ ହେଉଥିଲେ ମଧ୍ଯ ଗୋପ ତହସିଲଦାର ସବୁ ଜାଣି ଚୁପ ରହୁଛନ୍ତି ଯାହାକୁ ନେଇ ତାଙ୍କ କାର୍ଯ୍ୟ ଦକ୍ଷତା ଉପରେ ସନ୍ଦେହ ପ୍ରକାଶ ପାଇବା ସହ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

କୋଣାର୍କ ୱାଟକୋ କାର୍ଯ୍ୟଳୟ ନିକଟରେ ଯେଉଁଠାରେ ହଜାର ହଜାର ଲୋକଙ୍କ ନିମନ୍ତେ ପାନୀୟ ଜଳ ଯୋଗାଣ ପାଇଁ ବୋରିଂ କରାଯାଇଛି, ଖାତା ନମ୍ବର୍ ୨୧୩ ପ୍ଲଟ ୧୦୮୯ ଉକ୍ତ ସରକାରି ଜାଗାକୁ କିଛି ଜମି ମାଫିଆ ମାନେ ଜବରଦଖଲ କରି ପ୍ଲଟ କରି ଗୁଣ୍ଠ ପ୍ରତି ୩ ଲକ୍ଷ ଟଙ୍କା ବ୍ୟୟରେ ବିକ୍ରି କରୁଛନ୍ତି। ପରେ ପରେ ଆରଆଇ ଙ୍କୁ ହାତ ବାରିଶି କରି ରାତାରାତି ଗୃହ ନିର୍ମାଣ କରୁଛନ୍ତି। ଏନେଇ ତହସିଲ ପ୍ରଶାସନ ଓ କର୍ମଚାରୀ ସବୁ ଜାଣି ମଧ୍ଯ ଚୁପ ବସୁଛନ୍ତି। ଯାହାକୁ ନେଇ ତୀବ୍ର ନିନ୍ଦା ପ୍ରକାଶ ପାଇଛି। ଜମି ଜବରଦଖଲ କରି ଦଲାଲ୍ ମାନେ ରିଙ୍ଗ ରୋଡ ଡ୍ରେନେଜ୍ କୁ ଲଗାଇ ନିର୍ମାଣ କାର୍ଯ୍ୟ କରୁଛନ୍ତି। ଯାହା ଫଳରେ ଆଗାମୀ ଦିନରେ ପାଣି ପାଇପ, ଭୂତଳ ବିଦ୍ୟୁତ୍ ସଂଯୋଗ ସହ ଅନ୍ୟାନ୍ୟ ପାଇପ ଲାଇନ୍ ଓ କେବୁଲ ଲାଇନ୍ ପକା ଜାଇ ପାରିବ ନାହିଁ। କୋଣାର୍କ ବିକାଶ ଦିଗରେ ଏମାନେ ଅନେକ ବାଧା ସୃଷ୍ଟି କରିବେ। ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର ସଂରକ୍ଷିତ ଜୋନ୍ ଓ ରିଙ୍ଗ ରୋଡ ପରିଧି ମଧ୍ୟରେ ନୂତନ ଗୃହ ନିର୍ମାଣକୁ ସମ୍ପୂର୍ଣ ବାରଣ କରାଯିବା ସତ୍ତ୍ୱେ ମଧ୍ଯ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନି। ଯାହା ଫଳରେ ମନ୍ଦିର ଐତିହ୍ୟ ପ୍ରତି ମଧ୍ଯ ବିପଦ ଥିବା ଐତିହ୍ୟ ସଂରକ୍ଷଣ ନିୟମ କହୁଛି। ଏଣୁ ପୁରୀ ଜିଲ୍ଲାପାଳ, ରାଜ୍ଵସ ବିଭାଗ, ଉପ ମୂଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏଥି ପ୍ରତି ଦୃଷ୍ଟି ଆକର୍ଷଣ କରି ବେଆଇନ୍ ନିର୍ମାଣକୁ ଭାଙ୍ଗିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *