ବେଆଇନ ମରମ ଖାଦାନରେ ରେଡ

କାମାକ୍ଷାନଗର, ୨୬/୦୫/୨୩ :- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲଦାର ଓ ଆରଆଇ ଙ୍କୁ ମରମ ମାଫିଆ ଙ୍କ ମରଣାତ୍ମକ ଆକ୍ରମଣ ।ମୁକ୍ତାପଶି ଆର.ଆଇ କାର୍ଯ୍ୟାଳୟ ଅନ୍ତର୍ଗତ ପଥରଖମ୍ବ ଗାଁ ନିକଟରେ ସରକାରୀ ବେଆଇନ ମରମ ଖୋଳା ହେଉଥିବା ନେଇ, ତହସିଲଦାର ବିଶେଷ ସୂତ୍ରରୁ ଖବର ପାଇଁ ଘଟଣା ସ୍ଥଳରେ ପହଂଚି ଥିଲେ |ସେଠାରେ ପହଂଚିବା କ୍ଷଣି ଉପସ୍ଥିତି ୭ରୁ ୮ଜଣ ଦୁର୍ବୁତ୍ତ ଅତର୍କିତ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ |ତେବେ ଗୁରୁତର ଅବସ୍ଥାରେ ତହସିଲଦାର କାମାକ୍ଷା ନଗର ମେଡିକାଲ ରେ ଚିକିତ୍ସିତ ହେଉଥିବା ବେଳେ, ସେଠାକୁ କାମାକ୍ଷା ନଗର ଉପଜିଲ୍ଲାପାଳ ଓ ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ ପହଂଚି ତହସିଲଦାର ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି |ସେପଟେ ଘଟଣା ସ୍ଥଳରୁ ଗୋଟିଏ ଟ୍ରାକ୍ଟର ଜବତ କରାଯାଇଥିବା ବେଳେ, ଖୁବ ଶୀଘ୍ର ସମସ୍ତ ଦୁର୍ବୁତ୍ତ ଙ୍କୁ ଧରା ଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ।

ରିପୋର୍ଟ – ପ୍ରକାଶ କୁମାର ପାତ୍ର, କାମାକ୍ଷାନଗର।

Leave a Reply

Your email address will not be published. Required fields are marked *