ବେଆଇନ ବାଣ ଜବତ କଲା ତିର୍ତ୍ତୋଲ ପୋଲିସ ଜଣେ ଗିରଫ।

ତିର୍ତ୍ତୋଲ:ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ଜଇଳ ଗ୍ରାମରେ ତିର୍ତ୍ତୋଲ ପୁଲିସ ଚଢାଉ କରି ବେଆଇନ ଭାବେ ବାଣ ମହଜୁଦ୍ କରି ରଖିଥିବା ତନ୍ମୟ ମଲ୍ଲିକଙ୍କୁ ପୁଲିସ ଗିରଫ କରିଛି।ତନ୍ମୟ ଙ୍କ ଘରୁ ପୁଲିସ ବିପୁଳ ପରିମାଣର ବାଣ, ବାରୁଦ୍ ପାଉଡର ଓ ଅନ୍ୟାନ୍ୟ ବିସ୍ପୋରକ ସାମଗ୍ରୀ ଜବତ କରି ପୁଲିସ କେସ ନଂ୫୩୪/୨୫ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ତନ୍ମୟ କୁ କୋଟ ଚାଲାଣ କରିଥିବା ନେଇ ତିର୍ତ୍ତୋଲ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଆଗକୁ ଏମିତି ବେଆଇନ ବାଣ ଗୋଦାମ ଉପରେ ଚଢାଉ ଜାରୀରଖା ଯିବବୋଲି ତିର୍ତ୍ତୋଲ ଥାନା ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *