ଠିକାଦାର ଙ୍କ ରାଜ୍

ଖଜୁରୀପଡ଼ାରେ ଠିକାଦାର ଙ୍କ ରାଜ୍, ବିନା ସୂଚନା ଫଳକରେ କୋଟି କୋଟି ଟଙ୍କାର ନିର୍ମାଣ କାମ ଚାଲିଛି। ଫୁଲବାଣୀ:-୧୬/୦୫ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ୧୪ ପଞ୍ଚାୟତ ଓ ୨ ଜିଲ୍ଲା ପରିଷଦ ଜୁନ୍ କୁ ନେ଼ଇ ଗଠିତ। ହେଲେ ନିରୀହ ସରଳ ଜୀବନ ବିତାଇ ବସବାସ କରି ରହୁଥିବା ଏହି ବ୍ଲକର ଅଞ୍ଚଳବାସୀ କିଛି ମୁଷ୍ଟିମେୟ ରାଜନୈତିକ ବ୍ୟକ୍ତି ଓ ଦୁର୍ନୀତି ଗ୍ରସ୍ତ ଠିକାଦାର ମାନଙ୍କ ମନମୁଖୀ କାର୍ଯ୍ୟ କଳାପ ଯୋଗୁଁ ନିଜର ମୌଳିକ ଅଧିକାରରୁ ବଞ୍ଚିତ ରହୁଥିବା ସହିତ ଠକାମିର ଶିକାର ହେଉଥିବା ଦୁର୍ଗ ପାଲଟିବାରେ ଲାଗିଛି। ଏଠାରେ ସ୍ଵାଭିମାନୀ ଜନ ପ୍ରତିନିଧିର ଓ ସଚ୍ଚୋଟ ନିର୍ଭିକ ନିଷ୍ଠାପର ବ୍ୟକ୍ତିର ଆଗ ଧାଡ଼ିରେ ସ୍ଥାନ ନାହିଁ। ନ୍ୟାୟର ବିଚାର ନାହିଁ। ଏ ସବୁର ସୁଯୋଗ ନେଇ ଏହି ଖଜୁରୀପଡ଼ା ବ୍ଲକରେ କିଛି ଠିକାଦାର ମାନଙ୍କ ରାଜ୍ ଚାଲିଥିବା ଜ୍ଵଳ ଜ୍ଵଳ ହୋଇ ସମସ୍ତଙ୍କ ଦୃଷ୍ଟିରେ ଦେଖା ଯାଉଛି। ହେଲେ ପ୍ରତିବାଦ କରିବାର କାହାରି ସାହାସ ହେଉନାହିଁ। ଯିଏ ପ୍ରତିବାଦ କରିବ ଆକ୍ରୋଶର ଶୀକାର ହେବ ସେ ଏବଂ ହେଉଛି। ଖାଲି ସେତିକି ନୁହେଁ ସରକାରଙ୍କ ନିୟମକୁ ଏଠାରେ ସଂପୂର୍ଣ୍ଣ ଉଲଂଘନରେ ସମସ୍ତ କାର୍ଯ୍ୟ ବୁ ଚାଲୁଛି।

ବେଳେ ବେଳେ ପ୍ରଶ୍ନ ଉଠୁଛି ଏଠାରେ ଯେଉଁସବୁ କାମ ମନମୁଖୀ ଓ ବେ ନିୟମ ଭାବେ ଚାଲିଛି ନିଶ୍ଚିତ ଜଣେ କିଏ ପ୍ରଚ୍ଛଦ ପଟରେ ଛତ୍ରଛାୟା ହୋଇ ରହିଛି। ହେଲେ ଆମର ଖବର ହେଉଛି ଖଜୁରୀପଡ଼ାରେ ଠିକାଦାର ଙ୍କ ରାଜ ଓ ବିନା ସୂଚନା ଫଳକରେ କୋଟି କୋଟି ଟଙ୍କାର ନିର୍ମାଣ କାର୍ଯ୍ୟ ଚାଲିଛି।ତେଣୁ ଏହି ଫୋଟ ଚିତ୍ର ଦେଖି ଜାଣି ପରୁଥିବେ ଏ ହେଉଛି ଖଜୁରୀପଡ଼ା ବ୍ଲକ ଡ଼ାକ୍ତର ଖାନା ପ୍ରାଙ୍ଗଣରେ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ନୂତନ ଡ଼ାକ୍ତର ଖାନା ଗୃହ ନିର୍ମାଣ ଚାଲିଛି କେନ୍ଦ୍ର ସରକଙ୍କର ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାରୁ। ପୂର୍ବ ସରକାରଙ୍କ ସମୟରେ ମଞ୍ଜୁର ହୋଇଥିବା ଏହି ଡାକ୍ତର ଖାନା ଗୃହ ଓ ବସଷ୍ଟାଣ୍ଡ ଗୃହ ଡ଼ାକ୍ତର ଖାନା ଗୃହର ଅଟକଳ ମୂଲ୍ୟ ୯ କୋଟି ୯୦ ଲକ୍ଷ୍ୟ ଟଙ୍କା। ହେଲେ ଏତେ ମୂଲ୍ୟର କାମ ଚାଲିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏଠାରେ ସୂଚନା ଫଳକ ଲଗାଜାଇନାହିଁ। ଅନ୍ୟ ପକ୍ଷରେ ନିର୍ମାଣ କାର୍ଯ୍ୟରେ ଉପକରଣ ଗୁଡିକ ଠିକ୍ ଭାଗ ମାପରେ ହେଉନାହିଁ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଚାଲୁଥିବା ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଙ୍କ ମନରେ ସନ୍ଧେହ ସୃଷ୍ଟି ହେଉଛି। ଠିକାଦାର ମନମୁଖୀ କାର୍ଯ୍ୟ ଚଳାଇଛନ୍ତି। ସେହିଭଳି ଆଉ ଏକ ସ୍ଥାନରେ ବସଷ୍ଟାଣ୍ଡ ଗୃହ ନିର୍ମାଣ ହେଉଛି ଏହା ମଧ୍ୟ କୁଆଡେ଼ ଶୁଣିବାକୁ ମିଳୁଛି ଅଟକଳ ମୂଲ୍ୟ ପାଖା ପାଖି ୫ କୋଟି ଟଙ୍କାର । ସେଠାରେ ମଧ୍ଯ ସୂଚନା ଫଳକ ନାହିଁ ।ଏଥିରୁ ଅନୁମାନ କରି ପାରୁଥିବେ ଖଜୁରୀପଡ଼ାରେ ଠିକାଦାର ମାନଙ୍କ ରାଜ୍ ଚାଲିଛି ନା ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି ଯେ କୌଣସି ସରକାରୀ ନିର୍ମାଣ କାର୍ଯ୍ୟ ହେବ ଆରମ୍ଭରୁ ପ୍ରଥମେ ସୂଚନା ଫଳକ ଲାଗିବ। ଗ୍ରାମ ପଞ୍ଚାୟତର ହେଉ କିମ୍ବା ପଞ୍ଚାୟତ ସମିତିର ହେଉ ୧ ଲକ୍ଷ୍ୟ ଟଙ୍କାର ନିର୍ମାଣ କାର୍ଯ୍ୟ ଟିଏ ଯଦି କିଏ କରୁଛି ତାକୁ ସୂଚନା ଫଳକ ପ୍ରଥମେ ଲଗାଇବାକୁ କୁହାଯାଉଛି ଓ ଲଗା ଯାଉଛି ମଧ୍ୟ। ଏଟେ କୋଟି ଟଙ୍କାର କାମ ହେଉଛି କିନ୍ତି ଏହାର ସୂଚନା ଫଳକ ନାହିଁ। ଏହା ସମସ୍ତକୁ ହତ ଚକିତ କରି ଖଜୁରୀପଡ଼ାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ହେଲେ ଏଠାରେ ପ୍ରଶ୍ନ ଉଠୁଛି ଏହା କଣ ସରକାଙ୍କ ନିୟମକୁ ସଂପୂର୍ଣ୍ଣ ଉଲଂଘନ ହେଉ ନାହିଁ ବୋଲି ଆଲୋଚନା ହେଉଛି। ଏଥିରୁ ଅନୁମାନ କରାଯାଉଛି ବଡ଼ ବଡ଼ିକିଆ ଠିକାଦାରଙ୍କ ପାଇଁ କିଛି ନିୟମ ନାହିଁ ଛୋଟ କାଟିଆ ଠିକାଦାର ମାନଙ୍କ ପାଇଁ ସମସ୍ତ ନିୟମ ରହିଛି ବୋଲି ସ୍ଥାନୀୟ ଠିକାଦାର ମାନେ ମଧ୍ୟ ଆଲୋଚନା କରୁଛନ୍ତି। ଅନ୍ୟ ପକ୍ଷରେ ସ୍ଥାନୀୟ ଜନ ପ୍ରତିନିଧି,ଗଣମାଧ୍ୟମ ପ୍ରତିନିଧି, ଅଫିସର ମଧ୍ୟ ସବୁଦେଖି ଜାଣି ଚୁପ୍ ରହୁଥିବା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଠିକାଦାରଙ୍କ ଠାରେ ଏମାନଙ୍କ ଭିତିରିଆ ସମ୍ପର୍କ ରହିଛି ନା ଭୟ କରୁଛନ୍ତି ବୋଲି ଆଙ୍ଗୁଳି ଉଠୁଛି। ଏ ବାବଦରେ ଜାଣିବାକୁ ଚାହିଁ ଥିଲେ ମଧ୍ୟ କୌଣସି ଭିଭାଗରୁ ପ୍ରତିକ୍ରିୟା ମିଳି ପାରୁନାହିଁ। ତେଣୁ ଜିଲ୍ଲାପାଳ ଏହି ନିର୍ମାଣ କାର୍ଯ୍ୟ ଉପରେ ଦୃଷ୍ଟି ଆକର୍ଷଣ କରି ସାଧାରଣ ଲୋକଙ୍କୁ ନ୍ୟାୟ ଦେଉଛନ୍ତି ନା ନାହିଁ ଓ ସରକାରୀ ନିୟମକୁ ଉଲ୍ଲଂଘନ କରିଥିବା ଠିକାଦାର ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରୁଛନ୍ତି ନା ନାହିଁ ତାହା ଦେଖିବାରେ ବାକିରହିଲ।

Leave a Reply

Your email address will not be published. Required fields are marked *