ସାମ୍ବିଧାନିକ ଅଧିକାର ନିମନ୍ତେ ଗୁରୁତ୍ଵ ପୂର୍ଣ୍ଣ ବୈଠକ ।

କନ୍ଧମାଳ , ଫୁଲବାଣୀ ତା ୦୭/୦୯/୨୦୨୫ ଫୁଲବାଣୀ ବ୍ଲକ ଅଧିନସ୍ଥ ଗଞ୍ଜୁଗୁଡ଼। ପଞ୍ଚାୟତ କାର୍ଯ୍ୟାଳୟ ପାଖ ନଡାଲ୍ କ୍ଲୋବ୍ ଠାରେ ବାବା ସହେବ ଆମ୍ବେଦକର କନ୍ଧମାଳ ଶାଖାର ର କାର୍ଯ୍ୟକାରୀ ସଭାପତି ଶ୍ରୀ ମହେନ୍ଦ୍ର ଦିଗାଲ , କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲୋକ୍ ପ।ଣ ସମାଜ ସଭାପତି ଶ୍ରୀ ଚନ୍ଦ୍ର ମହୋନ ନ।ୟକ ,ଅଖିଳ ଭାରତୀୟ ଜାତୀୟ ଅନୁସୂଚିତ ଜାତି କନ୍ଧମାଳ ଶାଖାର ଉପସଭାପତି ଦିବାକ।ର ଦିଗାଲ ଙ୍କ ନେତୃତ୍ୱରେ ସାମ୍ବିଧାନିକ ଅଧିକାର କୁ ନେଇ ଏକଗୁରୁତ ପୂର୍ଣ୍ଣ ବୈଠକ ଉପରଲିଖିତ ସ୍ଥାନରେ ବସିଥିଲା । ଏହି ବୈଠକରେ ମୁଖ୍ୟ ବକ୍ତା ହିସାବରେ ଅଖିଳ ଭାରତୀୟ ଅନୁସୂଚିତ ଜାତିର ରାଜ୍ୟ ସମ୍ପାଦକ ମିର୍ ଚ।ନ୍ଦ୍ ଦିଗାଲ, ଓ ମୁଖ୍ୟ ବକ୍ତା ଭାବରେ ଶ୍ରୀ ସୁଧାଂଶୁ ଡ।ଙ୍ଗ କହିଲେକି ଆଜକୁ ପ୍ରାୟ ୪୫ ବର୍ଷ ହେବ ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ଭାବେ ଅନୁସୂଚିତ ଜାତି ତାଲିକାରେ ସାମିଲ ହୋଇଥିବା ଓଡ଼ିଶାର ନକଲି ଦେୱାର ତଥା କେଉଟ, ଧୀବର, କୈବର୍ତ୍ତ ମାନଙ୍କୁ ହଟାଇବା ସହିତ୧୮/୧୨/୨୦୦୨ ରିଖ ପୂର୍ବରୁ ଜାଲିଆତି ଏସି ପ୍ରମାଣ ପତ୍ର ଦେଇ ପାଠ ପଡ଼ିବ। ସହିତ ରାଜ୍ୟର ପ୍ରମୁଖ ବର୍ଡ୍ ରେ ରାଜ୍ୟର ପ୍ରଦୂଷଣ ବୋର୍ଡ ରେ ଚାକିରି କରିଥିବା ପ୍ରତାକ୍ୟ ରାଜନୀତି ଦଳରେ ଏସି କମିଟି ପଦରେ ସଭାପତି ଅଛନ୍ତି । ଚାକିରି କ୍ଷେତ୍ରରେ ଆମ ପିଲାମାନେ ପାଇବା ସ୍ଥାନରେ କେ ଡି କେ ପିଲାମାନଙ୍କୁ ନେବା । ସମାଜରେ କେ ଡି କେ ପଛୁଆ ବ।ରଣ ନ ହେବା କି ଆମ ସହିତ ସେମାନଙ୍କ କୌଣସି ସମ୍ପର୍କ ନ ରହିବା । ଇତ୍ୟାଦି କଥା ଶ୍ରୀଡ଼।ଙ୍ଗ କହିଥିଲେ । ଏହାକୁ ସମର୍ଥନ କରି ଫିରିଙ୍ଗିଆ ବ୍ଲକ ପ।ଣ ସମାଜ ସଭାପତି ଶ୍ରୀ ଚନ୍ଦ୍ର ମହୋନ ନାୟକ ଏହି ସବୁ ଅ ବ୍ୟବସ୍ଥା ଏବେଠାରୁ ନ ସୁଧ।ରିଲେ ଆମରି ଆଗାମୀ ପିଢ଼ି ବହୁତ ଅସୁବିଧା ଭଗିବେ ବଳି ଶ୍ରୀ ନାୟକ କହିଥିଲେ । ବରିଷ୍ଠ ଆଇନଜୀବି ତଥା ସମାଜସେବୀ ଶ୍ରୀ ସତ୍ୟ ନାରାୟଣ ବେହେରା ଅସାମ୍ବିଧାନିକ ଅଗଣତାନ୍ତ୍ରିକ ଭାବରେ କେଡିକେ ଅଧୀନରେ ଥିବା ସମସ୍ତ ଜାତି ଆମରି ପିଲାମାନ ଙ୍କ ହିସ। ଯେଉଁ ଭଳି ଭାବରେ ନେଉଛନ୍ତି ଓ ଆମରି ପିଲାମ।ନେ ସବୁଖେତ୍ରରେ ଅଣଦେଖା ହେଉଛନ୍ତି । ଏବେଠାରୁ ଏହାରି ବିରୁଦ୍ଧରେ ସ୍ୱରଉତ୍ତଳନ ନକଲେ ଆମରି ଆଗାମୀପିଢ଼ି ବହୁତ ଅସୁବିଧାରେ ସମ୍ମୁଖିନ ହେବେ ବଲି ଶ୍ରୀ ବେହେରା କହିଥିଲେ । ଏହି ମହତ କାର୍ଯ୍ୟରେ ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଜିଲ୍ଲାର ପ।ଣ , ହାଡି, ଧୁବ। ଡମ୍ବ, ଜାତିର ଗୁରୁଜନ, ଲୋକ ପ୍ରତିନିଧି, ସରକାରୀ କର୍ମଚାରୀ , ସାଧାରଣ ଲୋକ ଯୋଗଦାନ କରିଥିଲେ । ଶେଷରେ ଏସି ଫେଡରସନ୍ କନ୍ଧମାଳ ଶାଖା ସମ୍ପାଦକ ଶ୍ରୀ ଉଦ୍ଧବ ଚନ୍ଦ୍ର ଦିଗାଲ ସଭା ଭଙ୍ଗ କରିଥିଲେ ।

Leave a Reply

Your email address will not be published. Required fields are marked *