ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶ
ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ତତ୍କାଳୀନ ସରକାର ନିଯୁକ୍ତ କରିଥିବା ଜଷ୍ଟିସ ରଘୁବୀର ଦାସ ତଦନ୍ତ କମିଶନଙ୍କ ରିପୋର୍ଟ ଆସନ୍ତା ବିଧାନସଭା ଅଧିବେଶନରେ ଉପସ୍ଥାପନ କରିବାକୁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆସନ୍ତା ତିନିମାସ ମଧ୍ୟରେ ଅଳଙ୍କାର ଗଣତିମଣତି ଶେଷ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ଦିବ୍ୟଜ୍ୟୋତି ପରିଡା। ଗତ ପରିଚାଳନା କମିଟି ବୈଠକରେ ଚୂଡାନ୍ତ ହୋଇଥିବା ୧୧ ପୃଷ୍ଠାର ଏସଓପିକୁ ରାଜ୍ୟ ସରକାରଙ୍କ ପାଖକୁ ପଠାଯାଇଛି ଏବଂ ରାଜ୍ୟ ସରକାର ଅନୁମତି ଦେବାପରେ ଏ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ। ତେବେ ଗଣତିମଣତି ସମୟରେ ଭକ୍ତଙ୍କ ଦର୍ଶନରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ଏବଂ ଶ୍ରଦ୍ଧାଳୁ ମାନେ ବାହାରକାଠରୁ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରିବେ।

ଅନ୍ୟପଟେ ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଜଷ୍ଟିସ ରଘୁବୀର ଦାସ ପ୍ରାୟ 324 ପୃଷ୍ଠାର ଏକ ତଦନ୍ତ ରିପୋର୍ଟ 2018 ମସିହାରେ ଗୃହ ବିଭାଗକୁ ପ୍ରଦାନ କରିଥିଲେ ମଧ୍ୟ ତାହାକୁ ବିଧାନସଭାରେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଉପସ୍ଥାପନ କରିନାହାନ୍ତି । ତେଣୁ ଆସନ୍ତା ବିଧାନସଭାରେ ଚାବି ହଜିବା ଘଟଣାର ତଦନ୍ତ କମିଶନଙ୍କ ରିପୋର୍ଟ ଉପସ୍ଥାପନ ହେଲେ ଚାବି ହଜିବାର ପ୍ରକୃତ ରହସ୍ୟ ସହ ଡୁପ୍ଲିକେଟ୍ ଚାବିର ରହସ୍ୟ ମଧ୍ୟ ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି। ସେପଟେ ତିନିମାସ ମଧ୍ୟରେ ଅଳଙ୍କାର ଗଣତିମଣତି କରି 1978 ମସିହା ରିପୋର୍ଟ ଅନୁସାରେ ମେଳକ କରାଯିବା ସହ ସମସ୍ତ ପ୍ରକ୍ରିୟାର ଡିଜିଟାଇଜେସନ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକବାଇଟ୍- ଦିବ୍ୟଜ୍ୟୋତି ପରିଡା,,,ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକମଧୁସୂଦନ ସିଂହାରୀ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ l
