ଯାଜପୁର ଜିଲ୍ଲାର ଡାଇରିଆ ସ୍ଥିତିରେ ସୁଧାର ପରିଲକ୍ଷିତ ହୋଇଛି

ଯାଜପୁର ଜିଲ୍ଲାର ଡାଇରିଆ ସ୍ଥିତିରେ ସୁଧାର ପରିଲକ୍ଷିତ ହୋଇଛି । ଆଜି ବିଭିନ୍ନ ଡାକ୍ତରଖାନାରେ ନୂଆ ରୋଗୀଙ୍କ ଆଡମିଶନ ସଂଖ୍ୟାବହୁ ପରିମାଣରେ କମିଛି ଏବଂ ନୂଆ ଅଞ୍ଚଳ କଲେରାରେ ପ୍ରଭାବିତ ହୋଇଥିବାର ସୂଚନା ମିଳିନାହିଁ। ଗତକାଲି ସୁଦ୍ଧା ଯେଉଁମାନେ ବିଭିନ୍ନ ଗୋଷ୍ଠୀ ସ୍ନାସ୍ଥ୍ୟକେନ୍ଦ୍ର, ଜିଲ୍ଲା ପୁଖ୍ୟ ଚିକିତ୍ସାଳୟ ଏବଂ କଟକ ବଡ଼ ମେଡିକାଲରେ ଆଡମିଶନ ହୋଇଥିଲେ ସେମାନେ ଧୀରେ ଧୀରେ ଆରୋଗ୍ୟ ଲାଭକରି ଘରକୁ ଫେରୁଛନ୍ତି । ଆଜି ରାଜ୍ୟ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯାଜପୁର ଜିଲ୍ଲା ଗସ୍ତ କରି ବ୍ୟାପିଥିବା ଡାଇରିଆ ସ୍ଥିତିର ସମୀକ୍ଷା କରିଛନ୍ତି। ଆଜି ସକାଳେ ମନ୍ତ୍ରୀ ପ୍ରଥମେ ବଡଚଣା ଓ ପରେ ଧର୍ମଶାଳା, ମଧୁବନ, ଯାଜପୁର ମୁଖ୍ୟ ଡାକ୍ତରଖାନା ଓ ଯାଜପୁର ରୋଡ କ୍ଷେତ୍ରୀୟ ଚିକିତ୍ସାଳୟ ବୁଲି ଦେଖିଥିଲେ l ରୋଗୀ ମାନଙ୍କୁ ପଚାରିବା ସହିତ ସ୍ବାସ୍ଥ୍ୟ ସେବା ସଂପର୍କ ରେ ସମୀକ୍ଷା କରିଥିଲେ। ଜିଲ୍ଲାର ବିଧାୟକ ମାନଙ୍କ ସହିତ କେନ୍ଦ୍ର ରୁ ଆସିଥିବା ସ୍ବାସ୍ଥ୍ୟ ଟିମ୍ ମାନେ ମଧ୍ୟ ସାମିଲ ହୋଇଥିଲେ। ତାଙ୍କର ଏହି ଗସ୍ତ ସମୟରେ ଯାଜପୁର ସାଂସଦ ରବିନ୍ଦ୍ର ନାରାୟଣ ବେହେରା, କୋରେଇ ବିଧାୟକ ଆକାଶ ଦାସନାୟକ ଉପସ୍ଥିତ ଥିଲେ l ଝାଡାବାନ୍ତି ରୋକିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରତିକାର ମୂଳକ ପଦକ୍ଷେପ ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି l ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତିରେ ୫ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ଗଣମାଧ୍ୟମ ଦାବି କରୁଥିବା ମୃତ୍ଯୁ ଗୁଡିକ ସ୍ମାପର୍କରେ ସମୀକ୍ଷା କରାଯାଉଛି ବୋଲି ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *