ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମୁକୁଳିଲେ ଇମ୍ରାନ

ଇସ୍‌ଲାମାବାଦ, ୧୧ା୫: ପୂର୍ବତନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଗିରଫଦାରୀ ବେଆଇନ ବୋଲି ପାକ୍‌ ସୁପ୍ରିମକୋର୍ଟ ଗୁରୁବାର ଘୋଷଣା କରିବା ସହ ତାଙ୍କୁ ତୁରନ୍ତ ମୁକ୍ତ କରିଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ ଅଧ୍ୟକ୍ଷ ଇମ୍ରାନଙ୍କୁ ମୁକ୍ତ କରିଦିଆଯାଇଛି। ସେ ଏନ୍‌ଏବି ହାଜତରୁ ମୁକ୍ତ ହୋଇଥିଲେ ମଧ୍ୟ ରାଜଧାନୀ ଇସ୍‌ଲାମାବାଦର ଏକ ନିରାପଦ ସ୍ଥାନରେ କଡ଼ା ସୁରକ୍ଷା ମଧ୍ୟରେ ରହିବେ। ଶୁକ୍ରବାର ସେ ଇସ୍‌ଲାମାବାଦ ହାଇକୋର୍ଟରେ ହାଜର ହେବେ।

ଗୁରୁବାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଇମ୍ରାନ୍‌ଙ୍କୁ ଗୁରୁବାର ଅପରାହ୍ନରେ ହାଜର କରାଯାଇଥିଲା। ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ଇମ୍ରାନଙ୍କୁ କୋର୍ଟ ପରିସରରୁ ଗିରଫ କରିବା ଅପମାନଜନକ। କୋର୍ଟ ନ୍ୟାଶନାଲ ଆକାଉଣ୍ଟେବିଲିଟି ବ୍ୟୁରୋ(ଏନ୍‌ଏବି)କୁ କହିଛନ୍ତି, ଜଣେ ଅଭିଯୁକ୍ତଙ୍କୁ ହାଇକୋର୍ଟ କିମ୍ବା କୌଣସି କୋର୍ଟ ଗିରଫ କରିପାରିବେ ନାହିଁ।

Leave a Reply

Your email address will not be published. Required fields are marked *