ଗଣମାଧ୍ୟମ କ୍ଷେତ୍ରରେ ବିରଳ ପଦକ୍ଷେପ ମୃତ ସାମ୍ବାଦିକ ଙ୍କ ଅସହାୟ ପିତାମାତାଙ୍କୁ ମାସିକ ଭତ୍ତା ଦେଲା ପ୍ରେସ୍ ୟୁନିଅନ

ରାୟଗଡ ଜିଲ୍ଲାର ପ୍ରେସ୍ ୟୁନିଅନ ତରଫରୁ ସ୍ବର୍ଗତଃ ସାମ୍ବାଦିକ ରାଜୀବ ଲୋଚନ ପଣ୍ଡାଙ୍କ ପିତାମାତାଙ୍କୁ ମାସିକ ଭତ୍ତା ଦେଇ ସମଗ୍ର ଭାରତର ସାମ୍ବାଦିକ ଜଗତରେ ପ୍ରେସ୍ ୟୁନିଅନ ରାୟଗଡ ଉଦାହରଣ ସୃଷ୍ଟି କରିଛି . ଯେଉଁଠି କୌଣସି ସାମ୍ବାଦିକ ସଂଘ କିମ୍ବା ସରକାର ମଧ୍ୟ ତାହା ଉପରେ ତର୍ଜମା କରିନି ସେଠି ରାୟଗଡ ପ୍ରେସ୍ ୟୁନିଅନ କାର୍ଯ୍ୟକାରୀ କରିଥିବା ଦେଖିବାକୁ ମିଳିଛି .ଗତ ମଇ ମାସ ପାଞ୍ଚ ତାରିଖରେ ୟୁନିଅନ ର ସଭ୍ୟ ରାଜୀବଙ୍କ ମୁର୍ତ୍ୟୁ ହୋଇଥିଲା . ମୁର୍ତ୍ୟୁ ପରେ ୟୁନିଅନ ତରଫରୁ ପ୍ରଥମେ ତାଙ୍କ ଦ୍ୱାଦଶ ଦିବସରେ ୪୦ ହଜାର ଟଙ୍କା ଆର୍ଥିକ ସହାୟତା କରାଯାଇଥିଲା .ହେଲେ ପରବର୍ତୀ ସମୟରେ ରାଜୀବଙ୍କ ପିତା ମାତାଙ୍କ ଅସହାୟତା କୁ ଉପଲବ୍ଧି କରି ୟୁନିଅନ ତରଫରୁ ତାଙ୍କୁ ମାସିକ ଭତ୍ତା ଦିଆଜିବ ବୋଲି ୟୁନିଅନ ର ନିଷ୍ପତି କ୍ରମେ ୟୁନିଅନ ନବମ ବାର୍ଷିକ ଉତ୍ସବ ରେ ଘୋଷଣା କରାଯାଇଥିଲା .

ୟୁନିଅନ ର ନିଷ୍ପତି ମୁତାବକ ବୃଦ୍ଧ ପିତାମାତାଙ୍କୁ ଶୁକ୍ରବାର ଦିନ ତା ୪/୦୬ /୨୫ ରିଖରେ ପଦ୍ମପୁର ନିକଟସ୍ଥ ଖୀଲିଙ୍ଗି ରାଇ ଗ୍ରାମରେ ରହୁଥିବା ପିତାମାତାଙ୍କ ପାଖରେ ୟୁନିଅନ ର ଉପଦେଷ୍ଟା ସୁରେଶ ଚନ୍ଦ୍ର ଦାଶ ଓ ସାଧାରଣ ସମ୍ପାଦକ ଶିବାଜୀ ଦାଶ ସହ ସାମ୍ବାଦିକ ସୁଶାନ୍ତ ପ୍ରଧାନ ପହଂଚି ମାସକୁ ଏକ ହଜାର ହିସାବରେ ୧ ୧ ମାସର ୧ ୧ ହଜାର ବର୍ଷକର ଭତ୍ତା ବାବଦ ଟଙ୍କା ପିତା ଶ୍ରୀ ଉଦୟ ପଣ୍ଡାଙ୍କ ହାତରେ ଦିଆଯାଇଥିଲା . ସେମାନେ ବଂଚିଥିବା ଯାଏ ୟୁନିଅନ ତରଫରୁ ତାଙ୍କୁ ଭତ୍ତା ଦିଆଯିବ ଏଥି ସହ ୟୁନିଅନ ଏକ ବଡ ପରିବାର ଭଳି ତେଣୁ ପରିବାର ର, ସଭ୍ୟଙ୍କ ଅସହାୟତା ସମୟରେ ୟୁନିଅନ ପଛରେ ସୁରକ୍ଷା କବଚ ଭଳି ରହିଛି ବୋଲି ସାଧାରଣ ସମ୍ପାଦକ ଶିବାଜୀ ଦାଶ କହିଛନ୍ତି .

Leave a Reply

Your email address will not be published. Required fields are marked *