ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ରେ ବିଜେପି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ
03/02/24* ଆଙ୍କର-ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ବାଲିକୁଦା ତହସିଲ ଛକ ନିକଟରେ ଏକ ବିରାଟ ମିଶ୍ରଣ ପର୍ବ ସହିତ କର୍ମକର୍ତ୍ତା ସମ୍ମିଳନୀ ଓ ବିକଶିତ ଭାରତର ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି ।ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା ସତ୍ୟ ସାରଥୀ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ସମାବେଶରେ ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦେଵ ,କଟକର ବିଜେପି ଜିଲ୍ଲା ସଭାପତି ପ୍ରକାଶ ବେହେରା,ସତ୍ୟବାଦୀର ପୂର୍ବତନ ବିଧାୟକ ରମା ରଞ୍ଜନ ବଳିଆର ସିଂହ, ବିଭୁ ପ୍ରସାଦ ତରାଇ ଓ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ପ୍ରମୁଖ ଯୋଗ ଦେଇ ବିଜେପିର ହାତମୁଠାକୁ ଟାଣ କରିବାକୁ ଆହ୍ଵାନ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଅନ୍ୟ ଦଳରୁ ବହୁ କର୍ମୀ ବିଜେପିରେ ସାମିଲ ହୋଇ ପଦ୍ମ ଧରିଥିଲେ ।
ଜଗତସିଂହପୁର ରୁ ରୀତା ସାହୁ
