ବାରିପଦାରେ ବିଜେପି ବିଜେଡି କର୍ମୀଙ୍କ ମାଡ଼ ଅଭିଯୋଗ ଭଦ୍ରକରୁ ବାରିପଦା ଯିବା ମହଙ୍ଗା ପଡିଲା

ଭଦ୍ରକ :୨୨/୧୦: ଆଜି ବାରିପଦାରେ ଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ । ଲୋକଙ୍କୁ smart Health Card ବଣ୍ଟନ କାର୍ଯ୍ୟକ୍ରମ ସମୟରେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ସ୍ଥିତିକୁ ନେଇ ବିଜେପି ଓ ଜେଏମଏମ ନେତା କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ପ୍ରତିବାଦ କରିଥିଲେ । ଏହି ସମୟରେ ଭଦ୍ରକ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ ନିଜସ୍ଵ କାର୍ଯ୍ୟରେ ବାରିପଦା ଯାଉଥିବା ସମୟରେ ପୁଲିସ ତାଙ୍କୁ ବାଟରୁ ଅଟକାଇ ନିଜ ଅୟତକୁ ନେଇଥିଲା । ଅନ୍ୟପଟେ ପ୍ରତିବାଦ ସମୟରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ବିଜେଡି ଯୁବ କର୍ମୀମାନେ ପୁଲିସ ସାମ୍ନାରେ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଭଦ୍ରକରୁ ଯାଇଥିବା ବିଜେପି ରାଜ୍ୟ ଯୁବମୋର୍ଚ୍ଚାର ସୋସିଆଲ ମିଡ଼ିଆ ସଂଯୋଜୋକ ସୂର୍ଯ୍ୟବଂଶୀ ସୁରଜ , ଭଦ୍ରକ ଯୁବ ମୋର୍ଚ୍ଚାର ଦେବାଂଶୁ ରାଉତ, ଦେବବ୍ରତ ଦାସ, ଦିଲୁ ମହାନ୍ତି ପୋଲିସ ସାମ୍ନାରେ ବିଜେଡି କର୍ମୀଙ୍କ ଦ୍ଵାରା ମରଣାତ୍ମକ ଆକ୍ରମଣକୁ ସବୁ ମହଲରେ ନିନ୍ଦା କରାଯାଇଛି । ଏହି ଆକ୍ରମଣ ଘଟଣାରେ ଜଡ଼ିତ ବିଜେଡି କର୍ମୀ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦଳ ଦାବି କରିଛି।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *