କଟକ ରେ କାର୍ଯ୍ୟରତ ଏହି ମହାନ ଅଫିସର ଙ୍କ ସଂମ୍ମାନର୍ଥେ,ପାଇଁ ପଦେ ଦୁଇ ପଦେ ଟିଏ
କଟକ ରେ କାର୍ଯ୍ୟରତ ଏହି ମହାନ ଅଫିସର ଙ୍କ ସଂମ୍ମାନର୍ଥେ,ପାଇଁ ପଦେ ଦୁଇ ପଦେ ଟିଏ.କଟକ ରେ ପିଲାଦିନରୁ ଦେଖି ଆସିଛି,ଅନେକ ଅଫିସର ଏବଂ ଅନେକ ଉଚ୍ଚ ପାହିଆ ଅଫିସର ଯିବା ଆସିବା ଲାଗିରହିଥାଏ, ଲାଗି ରହିଛି ମଧ୍ୟ. ଯାହା ମନେ ରହିଯାଇଛି ତୃତୀୟ ଶ୍ରେଣୀରୁ , ଯେମିତି ଜଣେ ଟାଣୁଆ ନେତା cmc ରେ ଥିଲେ, ତ୍ରିଲୋଚନ କାନୁଗୋ ଯାହା ଆଜିଯାଏ ତାଙ୍କ ପରି ଦକ୍ଷ କର୍ମ ନିଷ୍ଠା ଯୋଗ୍ୟ ଖାଲି ନେତା ନଥିଲେ, ଜଣେ କାର୍ଯ୍ୟ କ୍ଷେତ୍ରରେ ପିନ ପଏଣ୍ଟ ରେ ବୁଲି ଦେଖିବା ତଦାରଖ କାରି ସୁଖ ଦୁଃଖର କର୍ମ ଚାରି ମାନଙ୍କ ସାଥି ଥିଲେ, ଏବଂ ଆଜି ପର୍ଯ୍ୟନ୍ତ ଦୁଇ ପିଢ଼ି ବିତିବାକୁ ବସିଲାଣି ଏଭଳି ଗୋଟିଏ ବୋଲି ଲୋକ ପ୍ରତିନିଧି କଟକ ବାସୀ ଦେଖି ପାରିଲେ ନାହିଁ. ନା ମଶା କୁ ସମ୍ପୂର୍ଣ ନିପାତ ହୋଇ ପାରିଲା, ଯେବେ ମଶା ପ୍ରସଙ୍ଗ ଆସେ ସର୍ବଦା. ତାଙ୍କ ର ପ୍ରତିଛବି ସାରା ସହର ବୁଢା ବାପା ଏବଂ ତାଙ୍କଠୁ ଶୁଣି ଯୁବ ପିଢ଼ି ପିଲା ମାନେ ରାସ୍ତା ଘାଟ ଚର୍ଚ୍ଚା କରି ତାଙ୍କରି କଥା ବଖାଣି ଥାଆନ୍ତି.କାରଣ କର୍ତବ୍ୟ ନିଷ୍ଠା ଏବଂ ଯୋଶ ବି ଥିଲା କର୍ମ କ୍ଷେତ୍ରରେ. ସେଭଳି ଜଣେ କିଛି ପୋଲିସ ପ୍ରଶାସନ ରେ ସ୍କୁଲ ସମୟରେ ଦେଖିଥିଲି, ସେତେ ବେଳର କଳା ଟ୍ରେକର ରେ ନାଲି ବତୀ ସାଇରନ ମାରି ଆସନ୍ତି, ଥାନା ବାବୁ ଅପରତି ସାମଲ, ଯାହାର ନାଁ ଶୁଣିଲେ ଚୋର ତଡିପାର, ଏବଂ ଆପେ କବୁଲ କରି ପକାଏ. ଵା ଭୟରେ ଲୁଚି ବାକୁ ବାଟ ମିଳେନି, ଆଉ ଜଣେ କିଛି ଦିନ ତଳେ ଆର ପାରି କୁ ଚାଲି ଯାଇଛନ୍ତି, ଏସପି ଅନାଦି ସାହୁ. ବଡ଼ ବଡ଼ ଜଟିଳ ଦଙ୍ଗା କୁ ଶାନ୍ତି ପୂର୍ଣ ଭାବରେ ସମାଧାନ. କରିଛନ୍ତି କଏଦୀ ମାନଙ୍କ ମଧ୍ୟରେ କୋକୁଆ ଭୟ ଜାଗ୍ରତ ହୋଇଥାଏ, ଆଉ କେତେକ ସେ ସବୁ ଲାଇନ ଛାଡି ସାଧାରଣ ଜୀବନ ଅତିବାହିତ କରିଛନ୍ତି. ଦୁହେଁ ଭଲ ବାଟକୁ ଆସିବାକୁ ଅସାମାଜିକଙ୍କୁ ବୁଝା ସୁଝା କରିଛନ୍ତି. ତାପରେ ଆସନ୍ତି ଅମିତାଭ ଠାକୁର, ବି ରାଧିକା, ଯଦିଓ କିଛିଦିନ କଟକ ରେ କାର୍ଯ୍ୟ ରତ ଥିଲେ, ସେମସନେ ମଧ୍ୟ ଉତ୍ତମ କାର୍ଯ୍ୟ କରି ସବୁ ଥାନା କୁ ଘନ ଘନ ଗସ୍ତ ଜାରି ରଖି, ସାରା କଟକ ରେ ଶାନ୍ତି ଶୃଙ୍ଖଳା ବାତାବରଣ କରାଇଥିଲେ, ବିଶେଷ କରି ଦଶହରା, ସମୟରେ ଅତି ନିକଟରୁ ସେମାନଙ୍କ ମାରାଥ୍ସନ ଚେକିଙ୍ଗ ରାସ୍ତା ମାନଂକରେ ଦେଖୁଥିଲି. ହୁଏତ ନନ ଓଡ଼ିଆ ଥିଲେ କିନ୍ତୁ ଅଳ୍ପ କଥା ହୁଅନ୍ତି, ଅତି ସୁନ୍ଦର ବ୍ୟବହାର ସାହି ମୁରବୀଙ୍କ ପ୍ରତି ଏତେବଡ ଅଫିସର ହୋଇ ରାସ୍ତା ସାଇଟରେ ଚ୍ୟାରେ ବସି ଦଶହରା ସମୟରେ, ଖୁବ ତଦାରଖ କରିଛନ୍ତି, ତାପରେ ଆସନ୍ତି, ବୋଥରା ସାରା ସେବି କିଛିଦିନ କଟକ ରେ କାର୍ଯ୍ୟ ରତ ଥିଲେ, ସେ ମଧ୍ୟ ଖୁବ ସତର୍କ ଦୃଷ୍ଟି କଟକ ପାଇଁ ସବୁ ଦୃଷ୍ଟି କୋଣରୁ ସଜାଗ ରହି ଥିଲେ, ଆଉ ମଧ୍ୟ କଟକ ରେ କିଛି ଅଫିସର କାର୍ଯ୍ୟ କରିଛନ୍ତି, ଯାହା ତାଙ୍କୁ କଟକରୁ ବିଦାୟ ନେଲା ବେଳେ ଅତ୍ୟନ୍ତ ଭାବ ବିହୋଳ ହୋଇଯାଇଥିଲେ, ଗଲା ସମୟରେ କିଛି ମୁରବିନକୁ ଭେଟିଥିଲେ, ଯେପରି ନିଜ ପରିବାର ପରି. ତାପରେ ସବୁଠୁ କଟକ ବାସୀ ପାଇଁ ଅତି ହୃଦୟ କୁ ଛୁଇଁ ଲା ଭଳି, ଆସିଥିଲେ, ପ୍ରିୟଦର୍ଶିନୀ ଏବଂ ପିନାକୀ ସାର.ସେ ଦୁହେଁ ଏକା ବେଳକେ ବିଦାୟ ନେଲେ, କଟକ ବାସୀ କେବେ ବି ଭୁଲି ପାରିବେନି. ସବୁଠୁ ବଡ଼ କଥା ହେଲା,ପାର୍ଥକ୍ୟ ଏତିକି ଦୁହେଁ ଅଫିସର ସର୍ବଦା ବଡ଼ ପଦ ବିରେ ଥାଇ ମଧ୍ୟ ଅଧିକାଂଶ ସାଧାରଣ ଲୋକଙ୍କ ଭଳି ଡ୍ରେସ ପିନ୍ଧି ନିଜ କର୍ମ କ୍ଷେତ୍ର କୁ ତଦାରଖ କରି ଥାଆନ୍ତି, ସେମିତ ଦେଖିବାକୁ ଗଲେ ଯାହାର ଭଲ ହୋଇଥିବ ଭଲ ଯାହାର ନ ହୋଇଥିବ କହିବେ, କିନ୍ତୁ ମୋଟା ମୋଟି ଉପରେ, ପୋଲିସ ଙ୍କ ଡ୍ରେସ ପିନ୍ଧି ଲୋକଙ୍କ ସଙ୍ଗରେ ରହିଲେ,ଲୋକେ ଙ୍କ ମନରେ ଏକ ପ୍ରକାର ସଂକୋଚ ଆସେ ଯେ କୌଣସି କ୍ଷେତ୍ରରେ ଟିକେ କହିବା ପାଇଁ. ବା ନିଜର ଭାବି ମନେ କରନ୍ତିନି ପ୍ରକାଶ କରିବାକୁ.. ତେଣୁ ସାଧାରଣ ପୋଷାକ ରେ ଥାଇ କଟକ ବାସୀଙ୍କ ମନ ହୃଦୟ ଜିଣି ନେଇଥିଲେ, ଯାହା ଲୋକେ ନିର୍ଭୟ ରେ ନିଜ ଘର ପରିବାରର ସଦସ୍ୟ ଭାବେ ଆନ୍ତରିକ ତାର ସହ ଗ୍ରହଣ କରିନେଇଥିଲେ, ସବୁ ସାହି ବସ୍ତିରେ ଯେତେବେଳେ ଛୋଟ ବଡ ସଭା ସମିତିରେ ତାଙ୍କୁ ନିମନ୍ତ୍ରଣ କରା ଯାଇଥାଏ, ଅତି ବିନମ୍ରତା ସହ ସମସ୍ତ ଙ୍କୁ ସଂମ୍ମାନ ଜଣାଇଵା ସହ ଘରୋଇ ପରିଭାଷା ରେ ସମସ୍ତ ଙ୍କୁମନ କୁ ମୁଗ୍ଧ କରି ଥାଆନ୍ତି, ଏବଂ କର ତାଲିରେ ସଭା ସମିତି ଫାଟି ପଡୁଥାଏ. ଲୋକେ କୁହନ୍ତି ଏତେବଡ଼ ଅଫିସର ମନରେ. ଟିକେ ଆନ ନାହିଁ. କୌଣସି ମିଟିଂରେ ପାଟିତୁଣ୍ଡ ହେଲେ ଵା ଗହଳି ହେଲେ ବି କାହାକୁ ବିବ୍ରତ ହୁଅନ୍ତିନାହିଁ. ସାମ୍ବାଦିକ ମାନଙ୍କ ପ୍ରତି ଅତି ସରଳ ବ୍ୟବହାର.ଭଲ ହେଉ ଵା ଖରାପ କାହାରି ପ୍ରତି ଖରାପ ମନୋଭାବ ରଖି ନଥିଲେ, ଆଜି ସବୁ ସାମ୍ବାଦିକ ମହଲରେ ଖୁବ ଚର୍ଚ୍ଚା ହେଉଛି. ମନେ ଅଛି, ପ୍ରିୟଦର୍ଶନୀ ସାର କାର୍ତିକଶ୍ବସର ମେଢ଼ ଉଠିଲା ସମୟରେ ମଙ୍ଗଳା ବାଗ ଠାରୁ ସାଧାରଣ ଡ୍ରେସ ରେ ଦୀର୍ଘ ରାସ୍ତା ମେଢ଼ ସଙ୍ଗରେ ଲୋକଙ୍କ ସହ ଚାଲି ଯାଉଥିବା ସମୟରେ ରାସ୍ତରେ ଥିବା ଅନ୍ୟ ଅଫିସର ବି ଜାଣି ନଥିଲେ, ହଠାତ ଦେଖି ଠିଆ ହୋଇ ଯାଉ ଥାନ୍ତି, ଦୂର. ଦୂରଯାଏ. ସାଥିରେ ତାଙ୍କ ପାଖେ ପାଖେ ରହି ସବୁ ଦେଖୁଥାଏ. ସର୍ବଦା ଲୋକଙ୍କ ସଙ୍ଗେ କଥାବାର୍ତା ସମୟରେ ହସ ହସ ମୁହଁ ରହିଥାଏ.ସର୍ବଦା କୁହେ ସେ ଛୋଟ ହୃଦୟ ହେଉ ଵା ବଡ଼, ଯଦି ଜନସାଧାସରଙ୍କ ମୁହଁରେ ହସ ଫୁଟାଇ ପାରିଲା, ସେ ସବୁଠାରୁ ବଡ଼ ଲୋକ ପ୍ରିୟ ସଂମ୍ମାନ ପାଇବାର ହକ ଦାର ହୋଇ ଯାଇଥାଏ. ଯାହାର ମୂଲ କିଛି ନଥିଲେବି ଅମୁଲ ଅଟେ. ତେଣୁ ଜୀବନ ର ଶେଷ ପର୍ଯ୍ୟନ୍ତ ଯାହା କୁ ଜନସାଧାରଣ ଚିର କାଳ ଝୁରି ହେଉଥିବେ. ଏଣୁ କୁହାଯାଏ ଆଗେ ଜନ୍ମ ହେଲେ ଆମେ ସାଧାରଣ ମଣିଷ ତା ପରେ ଯେ କୌଣସି ପଦ ପଦବୀ, ପୁଣି ସମୟ ଗଢି ଗଲେ ସେସବୁ ଉତ୍ତରୀ ଯାଏ ଶରୀରରୁ ତା ପରେ ସାଧାରଣ ଜନତା.ସେତେବେଳେ କେବଳ ସ୍ମୁତି ହୋଇ ରହିଯିବ ସବୁ ପଦବୀ., କିନ୍ତୁ ଜୀବନ କାଳରେ ଯେଉଁ କ୍ଷେତ୍ରରେ କରିଥିବା ମଣିଷ ପଣିଆ ଟି କୁ ନିଶ୍ଚିତ ସାଥିରେ ଯିବ ଏବଂ ଜନସାଧାରଣ ଙ୍କ ହୃଦୟ ରେ ଛାପି ହୋଇ ରସିଯିବ ଚିର କାଳ ପିଢ଼ି ପିଢ଼ି ଯାଏ. କେବେ ଭୁଲି ହେବନି ନା ଲିଭା ଯାଇ ପାରିବ ନାହିଁ. ସାରା କଟକ ବାସୀଙ୍କ ପାଇଁ ଏକ ଅଭୁଲା ସ୍ମୁତି ହୋଇ ରହିଯିବ.ସୌଭାଗ୍ୟ କୁ ବିଦାୟ ସମୟ କୁ ଖବର ପାଇ ପାରି ନ ଥିଲି. ସର୍ବଦା ସଚୋଟ କର୍ତ୍ତବ୍ୟ ପରାୟଣ ମାନଂକୁ ସେ ଚୋଟ ହେଉ ଵା ବଡ଼ ସର୍ବଦା ସଂମ୍ମାନୀୟ.💐🇮🇳🫡🙏
