ଜଗତସିଂହପୁର ଜିଲ୍ଲାରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ଉପାୟରେ ଅର୍ଦ୍ଧ ଉଲଗ୍ନ ହୋଇ ପ୍ରତିବାଦ
Date-16/03/26ଜଗତସିଂହପୁର ଜିଲ୍ଲାରେ ମଣ୍ଡିରେ ଅବ୍ୟବସ୍ଥା, କଟନୀ ଛଟନୀ,ଧାନ କ୍ରୟରେ ବିଳମ୍ବ ଆଦି ଦାବି ନେଇ ଆଜି ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ଉପାୟରେ ଅର୍ଦ୍ଧ ଉଲଗ୍ନ ହୋଇ ପ୍ରତିବାଦ କରାଯାଇଛି । ସମାଜସେବୀ ବାସୁଦେବଙ୍କ ନେତୃତ୍ୱରେ ସଂଗଠନ ପକ୍ଷରୁ ସ୍ଥାନିୟ ଟାଉନ ହଲ ଛକ ନିକଟରୁ ବେକରେ ଜୁଆଳି ଓ ଲଙ୍ଗଳ ପକାଇ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରତିବାଦ ସଭା କରିଥିଲେ ।ଜିଲ୍ଲାରେ ମୋଟ ୧୭ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୯ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ ହୋଇଛି । ମାର୍ଚ୍ଚ ୩୧ ତାରିଖ ଧାନ କ୍ରୟର ଶେଷ ଦିନ ଥିବା ବେଳେ କିଭଳି ମାତ୍ର ୧୫ ଦିନ ମଧ୍ୟରେ ଅବଶିଷ୍ଟ ବଳକା ଧାନ କିଣାଯିବ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଵ୍ୟଵସ୍ଥା କରାଯିବାକୁ ଦାବି ରଖିଛି ନବ ନିର୍ମାଣ କୃଷକ ସଙ୍ଗଠନ ।
