ପୁରୀରେ ୟୁଟୁବର ଓ ଜଗନ୍ନାଥଙ୍କ ବଡ଼ ସେବକ ପରିଚୟ ଦେଇ ଭକ୍ତଙ୍କୁ ମାଗୁଥିଲେ ଟଙ୍କା
ପୁରୀରେ ୟୁଟୁବର ଓ ଜଗନ୍ନାଥଙ୍କ ବଡ଼ ସେବକ ପରିଚୟ ଦେଇ ଭକ୍ତଙ୍କୁ ମାଗୁଥିଲେ ଟଙ୍କା। “ଖୋଲା ଦିଲ୍ ରେ ଦେଲେ ଜଗା ଆପଣଙ୍କୁ ଖୋଲା ଦିଲ୍ ରେ ଦେବେ” ଏଭଳି ଲେଖା ଥିବା ଲିଫଲେଟ ବାଣ୍ଟି ମଧ୍ୟ ମାଗୁଥିଲେ ଜଣେ ୟୁଟୁବର | ତାଙ୍କ ୟୁଟୁବ ଚ୍ଯାନେଲକୁ ଟଙ୍କା ଦିଅ ଚ୍ୟାନେଲ ତମକୁ ସାହାଯ୍ୟ କରିବ।ଏହିଭଳି ଢ଼ଙ୍ଗରେ ଭକ୍ତଙ୍କୁ ଠକିବାକୁ ଉଦ୍ୟମ କରୁଥିଲେ ସମ୍ପୃକ୍ତ ୟୁଟୁବର । ଖବର ପାଇଁ ସିଂହଦ୍ଵାର ଥାନା ପୁଲିସ ଯୁବକକୁ ଥାନାକୁ ଆଣି ଅଟକ ରଖିବା ସହ ପଚରାଉଚରା କରୁଛି । ସେପଟେ ତାଙ୍କର କିଛି ଅଭାବ ନାହିଁ। ସୂନାରୂପା ଗାଡିଘୋଡା ଠୁଁ ଆରମ୍ଭ କରି ସବୁକିଛି ଅଛି ନିଜପାଇଁ ମାଗୁ ନାହାଁନ୍ତି ନିଜ ୟୁଟୁବ ଚ୍ଯାନେଲ ପାଇଁ ମାଗିଛନ୍ତି ବୋଲି କହିଛି ଅଟକ ବ୍ୟକ୍ତି । ୟୁଟୁବର କହୁଥିବା ଏହି ବ୍ୟକ୍ତି କଟକ ଧବଳେଶ୍ଵର ଅଞ୍ଚଳର ପବିତ୍ର ସାମଲ ବୋଲି ଜଣାପଡିଛି।
