ନୂଆବର୍ଷରେ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ନିଜର ନୂଆ ଜୀବନ ଆରମ୍ଭ କରିଛନ୍ତି |

ନୂଆବର୍ଷରେ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ନିଜର ନୂଆ ଜୀବନ ଆରମ୍ଭ କରିଛନ୍ତି | ଗତକାଲି ଓ ଆଜି ପାଇଁ ପୁରୀରେ ସ୍ବତନ୍ତ ବ୍ୟବସ୍ଥା କରାଯାଇଥିଲା । ଗତକାଲି ରାତ୍ର 10.35 ରେ ମହାପ୍ରଭୁଙ୍କୁ ପହୁଡ଼ କରାଯିବା ପରେ ରାତ୍ର ପ୍ରାୟ ସାଢେ ଗୋଟାଏରେ ଶ୍ରୀମନ୍ଦିର ଦ୍ୱାର ଖୋଲିବା ପରେ ଦର୍ଶନ ପାଇଁ ଆରମ୍ଭ ହୋଇଥିଲା ଭକ୍ତଙ୍କ ଲମ୍ବାଲାଇନ | ଭିଡକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ତାରିଖ ଠାରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା ଲାଗୁ କରାଯାଇଥିଲା । ପୁରୀର ମୁଖ୍ୟ ପ୍ରବେଶପଥରେ ଚେକିଂକୁ କଡାକଡି କରାଯିବା ସହ ଭୁବନେଶ୍ୱରରୁ ଆସୁଥିବା ଚାରିଚକିଆ ଯାନ ପୁରୁଣା ଜେଲ୍ ରୋଡ ପାର୍କିଂରେ,କୋଣାର୍କରୁ ଆସୁଥିବା ଚାରିଚକିଆ ତାଳବଣିଆ ପାର୍କିଂରେ ଓ ବ୍ରହ୍ମଗିରିରୁ ଆସୁଥିବା ଚାରିଚକିଆ ଯାନ ଷ୍ଟର୍ଲିନ କିମ୍ବା ଯାତ୍ରୀକା ପାର୍କିଂରେ ପାର୍କିଂ କରିଥିଲେ । ସେହିପରି ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ମେଡିକାଲ୍ ଛକଠାରୁ ଶ୍ରୀମନ୍ଦିର ଓ ମେଡିକାଲ୍ ଛକଠାରୁ ବେଳାଭୂମି ପର୍ଯ୍ୟନ୍ତ କୌଣସି ଚାରିଚକିଆ ଯାନ ଯାତାୟାତ କରିପାରିନଥିଲା । ଏହି ଦୁଇଦିନ ମାର୍କେଟ ଛକଠାରୁ, ଶ୍ରୀମନ୍ଦିର ପର୍ଯ୍ୟନ୍ତ NO VEHICLE ZONE କରାଯାଇଥିଲା । ଶ୍ରୀମନ୍ଦିର ବାହାରେ ଓ ଶ୍ରୀମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଥିଲା । ଅନ୍ୟପଟେ ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷିତ ସ୍ନାନ ପାଇଁ ପର୍ଯ୍ୟାପ୍ତ ପରିମାଣର ଲାଇଫଗାର୍ଡ ମୁତୟନ କରାଯାଇଥିଲା | ନୂଆବର୍ଷକୁ ଦୃଷ୍ଟିରେ ରଖି ସମୁଦାୟ 70 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ସେହିପରି ଏହି ଦୁଇଦିନ ରେଲୱେ ଷ୍ଟେସନରେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଜିଆରପି ଏବଂ ଆର ପି ଏଫେ ଓ ଷ୍ଟେସନ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ବୋଲି କହିଛନ୍ତି ପୁରୀ ଏସପି ।

Leave a Reply

Your email address will not be published. Required fields are marked *